ନବଜାତ ଶିଶୁର ମୃତ୍ୟୁକୁ ନେଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଆନନ୍ଦପୁର: ନବଜାତ ଶିଶୁ ମୃତ୍ୟୁକୁ ନେଇ କେନ୍ଦ୍ର କରି ଆଜି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା  ମୃତ ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ଆନନ୍ଦପୁର ପାଟରାସାହିର ପ୍ରତିମା ସା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ଶିଶୁଟିକୁ ହସପିଟାଲରେ ସ୍ୱାସ୍ଥ୍ୟକର୍ମୀ ଏକ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ତେବେ ଭୁଲ୍ ଇଞ୍ଜେକ୍ସନ ପାଇଁ […]

anadapur

anadapur

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 10:38 AM IST

Sports

Latest News

anadapurଆନନ୍ଦପୁର: ନବଜାତ ଶିଶୁ ମୃତ୍ୟୁକୁ ନେଇ କେନ୍ଦ୍ର କରି ଆଜି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା  ମୃତ ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି। ଗତକାଲି ଆନନ୍ଦପୁର ପାଟରାସାହିର ପ୍ରତିମା ସା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ଶିଶୁଟିକୁ ହସପିଟାଲରେ ସ୍ୱାସ୍ଥ୍ୟକର୍ମୀ ଏକ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା। ତେବେ ଭୁଲ୍ ଇଞ୍ଜେକ୍ସନ ପାଇଁ ଶିଶୁର ମୃତ୍ୟୁ  ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ହସପିଟାଲ ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଘସିପୁରା ପୋଲିସ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଅନ୍ୟପକ୍ଷରେ  କେଉଁକାରଣ ପାଇଁ  ଶିଶୁଟିର  ମୃତ୍ୟୁ ଘଟିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ମୃତ ଶିଶୁର ମା’ ପ୍ରତିମା ସା କହିଛନ୍ତି, “ମୋ ପୁଅର କିଛି ରୋଗ  ହୋଇନି। ଆଜି ସକାଳେ ମୋ ପୁଅ ଠିକ୍ ଥିଲା। ନର୍ସ  ଆସି ମୋ ପୁଅକୁ ଇଞ୍ଜେକ୍ସନ ଦେଇଥିଲେ। କିଛି ସମୟ ପରେ ମୋ ପୁଅ ଥଣ୍ଡା ପଡ଼ିଯାଇଥିଲା। ସାଙ୍ଗେ ସାଙ୍ଗେ ଆମେ ଡାକ୍ତରଙ୍କୁ ଡାକିଥିଲୁ। ଆମେ ଡାକିବାର  କିଛି ସମୟ ପରେ ଡାକ୍ତର ଆସିଥିଲେ।  ମୋ ପୁଅକୁ ଦେଖିଥିଲେ।  ମୋ ପୁଅ ମରିଯାଇଛି ବୋଲି କହିଥିଲେ।”

ଆନନ୍ଦପୁର ଶିଶୁ ଡାକ୍ତର କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି, “ନର୍ସ ଯେଉଁ ଇଞ୍ଜେକ୍ସନ ଶିଶୁକୁ ଦେଇଥିଲେ କାଲି ମଧ୍ୟ  ସେହି ଇଞ୍ଜେକ୍ସନ ଦିଆଯାଇଥିଲା। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗକୁ  ଭିତ୍ତି କରି ଏ ଘଟଣାର ତଦନ୍ତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story