ନବକଳେବର ଭିତ୍ତିଭୂମି ବିକାଶ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି, ସିବିଆଇ ତଦନ୍ତ ହେଉ: ପୁରୀ ସଚେତନ ନାଗରିକ ମଞ୍ଚ

ପୁରୀ: ନବକଳେବର ଯାତ୍ରାରେ ଭିତ୍ତିଭୂମି ବିକାଶ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଥିବା ରବିବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି । ମହାପ୍ରଭୁଙ୍କର ନବକଳେବର ଯାତ୍ରା ଓ ରଥଯାତ୍ରା ପାଇଁ ରାଜ୍ୟ ସରକାର ପକ୍ଷରୁ ୨ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଇଛି। ନବକଳେବର ଗ୍ରାମ ଓ ସୁଲଭ ଶୌଚାଳୟ ନାମରେ କୋଟି କୋଟି ଟଙ୍କା ହଡପ ହୋଇଛି। ମାଳତୀପାଟପୁର ବସ ଟରମିନାଲରେ ୭୦କୋଟିରୁ ଉର୍ଦ୍ଧ୍ୱ […]

puri

puri

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 11:58 AM IST

Sports

Latest News

puriପୁରୀ: ନବକଳେବର ଯାତ୍ରାରେ ଭିତ୍ତିଭୂମି ବିକାଶ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନିତି ହୋଇଥିବା ରବିବାର ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି । ମହାପ୍ରଭୁଙ୍କର ନବକଳେବର ଯାତ୍ରା ଓ ରଥଯାତ୍ରା ପାଇଁ ରାଜ୍ୟ ସରକାର ପକ୍ଷରୁ ୨ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଇଛି। ନବକଳେବର ଗ୍ରାମ ଓ ସୁଲଭ ଶୌଚାଳୟ ନାମରେ କୋଟି କୋଟି ଟଙ୍କା ହଡପ ହୋଇଛି। ମାଳତୀପାଟପୁର ବସ ଟରମିନାଲରେ ୭୦କୋଟିରୁ ଉର୍ଦ୍ଧ୍ୱ ଟଙ୍କ। ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ଅକାମୀ ହୋଇପଡିଛି। ତେଣୁ ଖର୍ଚ୍ଚ ହୋଇଥିବା ପ୍ରତିଟି ଟଙ୍କାର ଅଡିଟ୍ କରାଯିବା ସହ ସିବିଆଇ ଦ୍ୱାରା ତଦନ୍ତ  କରାଯାଉ ବୋଲି ସଚେତନ ନାଗରିକ ମଞ୍ଚର ଆବାହକ ଦାବି କରିଛନ୍ତି। ଗତ ଜୁଲାଇ ମାସରେ ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ସିବିଆଇ ନିର୍ଦ୍ଦେଶକଙ୍କୁ ନବକଳେବର ଯାତ୍ରାର ସମସ୍ତ ଖର୍ଚ୍ଚର ତଦନ୍ତ କରିବା ପାଇଁ ଦାବିପତ୍ର ଦିଆଯାଇଛି ବୋଲି ମଞ୍ଚର ଆବାହକ କହିଛନ୍ତି।

ଅନ୍ୟପଟେ ରାଜ୍ୟ ସରକାର ତଦନ୍ତ ଭୟ କରି ସିଏଜି ମୁଖ୍ୟଙ୍କୁ ଓଡିଶାରୁ ବଦଳି କରିଦେଇଛନ୍ତି । ବିଶେଷ କରି ନବକଳେବର ଯାତ୍ରାରେ ନିର୍ମାଣ ହୋଇଥିବା ରାସ୍ତା କାମ ନିମ୍ନମାନର ହୋଇଥିବାରୁ ଜେଲ୍ ରୋଡ୍ ରାସ୍ତା ଦବି ଯାଇଥିବା ଅଭିଯୋଗ ହୋଇଛି। ଏହାସହ ପୁରୀ ସହର ଭିତରେ ନିର୍ମାଣ କରାଯାଇଥିବା ସମସ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଗଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁଁ ସମଯାଜପୁର ଓଭର ବ୍ରିଜ୍ ଦବିଯାଇଥିବା ଅଭିଯୋଗ ହୋଇଛି। ଡ୍ରେନ୍ କାର୍ଯ୍ୟ ଏବେ ବି ଶେଷ ହୋଇ ନ ଥିବା ବେଳେ ସ୍ୱରେଜ କାର୍ଯ୍ୟ ସରିନାହିଁ। ଭିତ୍ତିଭୂମି ବିକାଶର ସମସ୍ତ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos