ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଦୁଇସାହି ମଧ୍ୟରେ ଉତ୍ତେଜନା, ଫୋର୍ସ ମୁତୟନ

କଲ୍ୟାଣସିଂହପୁର: ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଅଭିଯୋଗରେ ଖଟଗନ୍ଥା ଗାଁର ଦୁଇସାହି ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉଭୟ ପକ୍ଷ ପରସ୍ପରର ଘରଦ୍ୱାର ଭଙ୍ଗାରୁଜା କରିବା ସହ ଠେଙ୍ଗାବାଡ଼ି ଧରି ଛକାପଞ୍ଝା ଅବସ୍ଥାରେ ଥିବାରୁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ ଭାବେ ତହସିଲଦାର ଗୌରଚନ୍ଦ୍ର ପଟ୍ଟନାୟକ, ଏସ୍‌ଡିପିଓ ୱାଇ. ଜଗନ୍ନାଥ ରାଓ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଗତକାଲି ଅପରାହ୍ନରେ ଖଟଗନ୍ଥା ଗାଁର ଜଣେ ନାବାଳିକାଙ୍କୁ ସେହି ଗାଁର ଦୁର୍ଯ୍ୟୋଧନ କୌଣଲ୍ୟା ବଳାତ୍କାର କରିଥିବା ଅଭିଯୋଗ […]

kalyanashingpur

kalyanashingpur

Rakesh Mallick
  • Published: Tuesday, 06 December 2016
  • Updated: 06 December 2016, 03:11 PM IST

Sports

Latest News

କଲ୍ୟାଣସିଂହପୁର: ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଅଭିଯୋଗରେ ଖଟଗନ୍ଥା ଗାଁର ଦୁଇସାହି ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଉଭୟ ପକ୍ଷ ପରସ୍ପରର ଘରଦ୍ୱାର ଭଙ୍ଗାରୁଜା କରିବା ସହ ଠେଙ୍ଗାବାଡ଼ି ଧରି ଛକାପଞ୍ଝା ଅବସ୍ଥାରେ ଥିବାରୁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ମାଜିଷ୍ଟ୍ରେଟ ଭାବେ ତହସିଲଦାର ଗୌରଚନ୍ଦ୍ର ପଟ୍ଟନାୟକ, ଏସ୍‌ଡିପିଓ ୱାଇ. ଜଗନ୍ନାଥ ରାଓ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

ଗତକାଲି ଅପରାହ୍ନରେ ଖଟଗନ୍ଥା ଗାଁର ଜଣେ ନାବାଳିକାଙ୍କୁ ସେହି ଗାଁର ଦୁର୍ଯ୍ୟୋଧନ କୌଣଲ୍ୟା ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣଙ୍କ ମାଆବାପାଙ୍କ ଘସ ପାଖ ଗାଁରେ ଥିବା ବନ୍ଧୁ ଘରୁ ଫେରୁଥିବା ବେଳେ ବାଟରେ ଲିପ୍ଟ ଦେବାକୁ କହି ଦୁର୍ଯ୍ୟୋଧନ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛନ୍ତି। ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos