ଉମରକୋଟ: ନବରଙ୍ଗପୁର ରାଇଘର ବ୍ଲକ ଗଞ୍ଜପାରା ନିକଟରେ ପୋଲ ତଳକୁ ବସ୍ ଖସି ପଡି ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ଜଗାକାଳିଆ ନାମକ ଘରୋଇ ବସ୍ଟି ଜୟପୁରରୁ ଖିଲଲିକୁ ଯାଉଥିବା ବେଳେ ଗଞ୍ଜପାରା ନିକଟରେ ପୋଲ ଉପରୁ ୩୦ ଫୁଟ ତଳକୁ ଖସି ପଡିଥିଲା। ସ୍ଥାନୀୟ ଲେକଙ୍କ ସହ ରାଇଘର ପୋଲିସ୍ ଓ ଦମକଳ ବାହିନୀ ଆହତାମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଯାତ୍ରୀଙ୍କୁ ରାଇଘର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।