ଦୃଷ୍ଟିହୀନ ଦମ୍ପତିଙ୍କୁ ଦେଖି ଅଟକି ଗଲା ହାକିମ ବାବୁଙ୍କ ଗାଡ଼ି; ଭେଟିଲେ, ଭଲମନ୍ଦ ବୁଝିଲେ 

ନବରଙ୍ଗପୁର(ନବଘନ ବିଷୋୟୀ):ପାଦରେ ନଥିଲା ଚପଲଟିଏ । କାନ୍ଧରେ ଝୁଲୁଥିଲା ଭିକ ମୁଣି । ହାତରେ ବାଡ଼ି ଖଣ୍ଡିଏ ଧରି ରାସ୍ତା ଠଉରେଇ ଠଉରେଇ ବହୁ କଷ୍ଟରେ ଘରକୁ ଫେରୁଥିଲେ ବୃଦ୍ଧ ଦମ୍ପତି । ଆଉ ଏହି ସମୟରେ ସେହି ଅସହାୟ ଦୃଷ୍ଟିହୀନ ଦମ୍ପତିଙ୍କୁ ଭେଟି ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ। ଦୃଷ୍ଟିହୀନ ଦମ୍ପତିଙ୍କୁ ଦେଖି ସେଇବାଟ ଦେଇ ଯାଉଥିବା ଥିବା ଜିଲ୍ଲାପାଳଙ୍କ ଗାଡ଼ି ଅଟକିଯାଇଥିଲା। ଆଉ ମାନବିକତା ଦେଖାଇଥିଲେ ଜିଲ୍ଲାପାଳ।  ନବରଙ୍ଗପୁର ଜିଳ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର […]

5432

5432

Tapas Behera
  • Published: Thursday, 26 September 2019
  • Updated: 26 September 2019, 04:53 PM IST

Sports

Latest News

ନବରଙ୍ଗପୁର(ନବଘନ ବିଷୋୟୀ):ପାଦରେ ନଥିଲା ଚପଲଟିଏ । କାନ୍ଧରେ ଝୁଲୁଥିଲା ଭିକ ମୁଣି । ହାତରେ ବାଡ଼ି ଖଣ୍ଡିଏ ଧରି ରାସ୍ତା ଠଉରେଇ ଠଉରେଇ ବହୁ କଷ୍ଟରେ ଘରକୁ ଫେରୁଥିଲେ ବୃଦ୍ଧ ଦମ୍ପତି । ଆଉ ଏହି ସମୟରେ ସେହି ଅସହାୟ ଦୃଷ୍ଟିହୀନ ଦମ୍ପତିଙ୍କୁ ଭେଟି ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ। ଦୃଷ୍ଟିହୀନ ଦମ୍ପତିଙ୍କୁ ଦେଖି ସେଇବାଟ ଦେଇ ଯାଉଥିବା ଥିବା ଜିଲ୍ଲାପାଳଙ୍କ ଗାଡ଼ି ଅଟକିଯାଇଥିଲା। ଆଉ ମାନବିକତା ଦେଖାଇଥିଲେ ଜିଲ୍ଲାପାଳ।  ନବରଙ୍ଗପୁର ଜିଳ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଦୃଷ୍ଟିହୀନ ଦମ୍ପତ୍ତିଙ୍କୁ ଭେଟି ଭଲମନ୍ଦ ପଚାରିବୁଝିବା ସହ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଅ ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଏହି ଦମ୍ପତ୍ତି ହେଉଛନ୍ତି ପାପଡ଼ାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତର ସମ୍ବାରୁ ଭତ୍ରା ଏବଂ ସୁକାନ୍ତି ଭତ୍ରା ନବରଙ୍ଗପୁର ଜିଲ୍ଲାପାଳ ନିଜ ସରକାରୀ ଗାଡ଼ିରେ ଯାଉଥିବା ବେଳେ ପାପଡାହାଣ୍ଡି ବ୍ଲକ ତୁମ୍ବରର୍ଲ୍ଲା ଛକ ନିକଟରେ ଏହି ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା।

ଆଉ ସଙ୍ଗେ ସଙ୍ଗେ ଡ୍ରାଇଭରଙ୍କୁ ଗାଡି ଅଟକାଇବା ପାଇଁ କହିଥିଲେ । ଗାଡି ଅଟକିବା ପରେ ସିଧାସଳଖ ଉଭୟଙ୍କ ନିକଟରେ ପହଞ୍ଚିଥିଲେ ଜିଲ୍ଲାପାଳ। ତିନି ଦିନ ତଳେ ସେମାନେ ଝାଡ଼ାବାନ୍ତି ରେ ଶିକାର ହୋଇଥିଲେ । ପାପଡାହାଣ୍ଡି ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ । କୌଣସି ବସ କିମ୍ବା ଗାଡି ଉଭୟଙ୍କୁ ନେଉନଥିବା ଦୁଃଖର ସହ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ପାପଡାହାଣ୍ଡିରୁ ୧୨ କିଲୋମିଟର ଦୂରରେ ଥିବା ନିଜ ଘର ଖଇରା ଗ୍ରାମକୁ ଚାଲି ଚାଲି ଫେରୁଥିବା କହିଥିଲେ । ଡାକ୍ତରଖାନାରେ ଡାକ୍ତର କିପରି ଚିକିତ୍ସା ଯୋଗାଇଦେଇଥିଲେ ଏବଂ ମାଗଣାରେ ଚିକିତ୍ସା କରି ଔଷଧ ଯୋଗାଇଦେଇଥିଲେ କି ନାହିଁ ତାହା ସେମାନଙ୍କୁ ପଚାରିବୁଝିଥିଲେ ଜିଲ୍ଲାପାଳ । ଏଥିରେ ହଁ ଭରିଥିଲେ ଏହି ଦମ୍ପତ୍ତି ।

ସରକାରଙ୍କ ତରଫରୁ ଯୋଗାଇଦିଆଯାଉଥିବା ଚାଉଳ ଓ ଭତ୍ତା ମିଳୁଛି କି ନାହିଁ ତାହା ପଚାରିବୁଝିଥିଲେ ଜିଲ୍ଲାପାଳ । ସମସ୍ତ ସରକାରୀ ସୁବିଧା ମିଳୁଥିବା କହିଲେ ଉଭୟ ଦମ୍ପତ୍ତି ।  କିନ୍ତୁ ସରକାରୀ ଜମିରେ ଝାଟି ମାଟିର କୁଡ଼ିଆ କରି ମୁଣ୍ଡ ଗୁଞ୍ଜିଥିବା କହିଥିଲେ ଦମ୍ପତ୍ତି । ଏହା ଶୁଣିବା ପରେ ଘର ଡିହ ଯୋଗାଇଦେବା ପାଇଁ ତହସିଲଦାରଙ୍କୁ ଏବଂ ଆବାସ ଯୋଜନା ଘର ଯୋଗାଇଦେବା ପାଇଁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  ଆଗାମୀ ତିନି ମାସ ମଧ୍ୟରେ ସେମାନଙ୍କ ପାଇଁ ଜମି ଏବଂ ଗୃହ ଯୋଗାଇଦେବା ପାଇଁ ଜିଲ୍ଲାପ୍ରଶାଶନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ।

ଖଇରା ଗ୍ରାମର ଏହି ଦୃଷ୍ଟିହୀନ ଦମ୍ପତ୍ତି ରାତି ପାହିଲେ ଗାଁ କୁ ଗାଁ ବୁଲି ଗୀତ ଗାଇ ଭିକ ମାଗନ୍ତି । ଯେଉଁ ଗ୍ରାମରେ ରାତି ହୋଇଯାଏ ସେହି ଗ୍ରାମରେ ହିଁ ରାତି କଟାନ୍ତି ।  ସେଥିପାଇଁ ଭିକ ମୁଣି ସହ ଦୁଇଖଣ୍ଡ ଚାଦର ସାଙ୍ଗରେ ଥାଏ । ଜିଲ୍ଲାପାଳ ଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos