ନବରଙ୍ଗପୁର: ନରସିଂହଗୁଡ଼ାରୁ ତେନ୍ତୁଳିଖୁଣ୍ଟି ପର୍ଯ୍ୟନ୍ତ ଚାଲିଲେ କଂଗ୍ରେସ ନେତା ଓ କର୍ମୀ

ନବରଙ୍ଗପୁର: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରାର ଆଜି ଦ୍ୱିତୀୟ ଦିନ। ଆଜି ନବରଙ୍ଗପୁରରେ ଏହି  ଯାତ୍ରା ହୋଇଛି। ଦଳୀୟ ନେତା ଓ କର୍ମୀ ନରସିଂହଗୁଡାରୁ ତେନ୍ତୁଳିଖୁଣ୍ଟି ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି। ଆଜି ମଧ୍ୟ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଓ ଚାଷୀଙ୍କୁ ସହାୟତା ପ୍ରସଙ୍ଗ ଉଠାଇଥିଲେ। ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ରାଜ୍ୟ ସରକାର କୌଣସି କ୍ଷତିପୂରଣ ଦେଇନଥିବାରୁ ସମାଲୋଚନା କରିଛନ୍ତି ପିସିସି ସଭାପତି ପ୍ରସାଦ […]

pada-6

pada-6

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 11:27 AM IST

Sports

Latest News

ନବରଙ୍ଗପୁର: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରାର ଆଜି ଦ୍ୱିତୀୟ ଦିନ। ଆଜି ନବରଙ୍ଗପୁରରେ ଏହି  ଯାତ୍ରା ହୋଇଛି। ଦଳୀୟ ନେତା ଓ କର୍ମୀ ନରସିଂହଗୁଡାରୁ ତେନ୍ତୁଳିଖୁଣ୍ଟି ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି।

ଆଜି ମଧ୍ୟ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଓ ଚାଷୀଙ୍କୁ ସହାୟତା ପ୍ରସଙ୍ଗ ଉଠାଇଥିଲେ। ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ରାଜ୍ୟ ସରକାର କୌଣସି କ୍ଷତିପୂରଣ ଦେଇନଥିବାରୁ ସମାଲୋଚନା କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପଦଯାତ୍ରା ଅବସରରେ ଆଜି ଦଳୀୟ ନେତାମାନେ ପୁରୁଣା ପାଲିଗୁଡା ଗାଁରେ ଆତ୍ମହତ୍ୟା କରିଥିବା ଚାଷୀ ପଦ ପାଇକଙ୍କ ପରିବାରକୁ ଭେଟିଥିଲେ। ଗତକାଲି ନୂଆପଡ଼ାରୁ  କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos