ଟ୍ରକ୍ ଧକ୍କାରେ ଯୁବକ ମୃତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସହରର ଗୁଲିପାଟଣା ସାହିତ ଗୋପୀନାଥ ପାଣ୍ଡେ(୨୫)। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ପ୍ରଶାସନିକ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ସହରରେ ବାରମ୍ବାର ଘଟୁଥିବା ଲୋକେ […]

truck

truck

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 01:09 PM IST

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଆଜି ସକାଳେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସହରର ଗୁଲିପାଟଣା ସାହିତ ଗୋପୀନାଥ ପାଣ୍ଡେ(୨୫)।

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ।

ପ୍ରଶାସନିକ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ସହରରେ ବାରମ୍ବାର ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ରାସ୍ତା ଅଣଓସାରିଆ ହୋଇଥିବା ବେଳେ ତା’କଡ଼ରେ କିଛି ଲୋକ ଯାନବାହାନ ସହିତ ବାଲି ଓ ପଥର ଆଦି ଗଦା କରି ରଖୁଛନ୍ତି। ତେଣୁ ଦୁର୍ଘଟଣା ଘଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos