ମହାମୃତ୍ୟୁଞ୍ଜୟ ଯଜ୍ଞରେ ଆହୁତି ଦେବାକୁ ମେଳ ହେଲେ ନାଗା ସନ୍ନ୍ୟାସୀ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଯଜ୍ଞକୁଣ୍ଡ ଚାରିପଟେ ବସିଛନ୍ତି ନାଗା ସାଧୁ। ଅନାବୃତ ଶରୀରରେ ବୋଳା ହୋଇଛି ଯଜ୍ଞ ବିଭୂତି। ସେମାନଙ୍କ ଦର୍ଶନ ସହ ଆଶୀର୍ବାଦ ପାଇବା ପାଇଁ ଲୋକଙ୍କର ଜମୁଛି ଭିଡ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଗୁଡେଶ୍ୱର ମନ୍ଦିରରେ। ପ୍ରଥମଥର ପାଇଁ ସମ୍ୱଲପୁରରେ ନାଗା ସାଧୁଙ୍କ ଆଗମନ ହୋଇଛି। ସେଥିପାଇଁ ସେମାନଙ୍କୁ ପାଖରେ ପାଇ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି। ସେମାନଙ୍କୁ ଦର୍ଶନ କରିବା ପାଇଁ ଦୂରଦୁରାନ୍ତରୁ ଲୋକଙ୍କ ଭିଡ ଛୁଟୁଛି। ତେବେ […]

naga-sant-in-sambalpur

naga-sant-in-sambalpur

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 06:17 PM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଯଜ୍ଞକୁଣ୍ଡ ଚାରିପଟେ ବସିଛନ୍ତି ନାଗା ସାଧୁ। ଅନାବୃତ ଶରୀରରେ ବୋଳା ହୋଇଛି ଯଜ୍ଞ ବିଭୂତି। ସେମାନଙ୍କ ଦର୍ଶନ ସହ ଆଶୀର୍ବାଦ ପାଇବା ପାଇଁ ଲୋକଙ୍କର ଜମୁଛି ଭିଡ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଗୁଡେଶ୍ୱର ମନ୍ଦିରରେ। ପ୍ରଥମଥର ପାଇଁ ସମ୍ୱଲପୁରରେ ନାଗା ସାଧୁଙ୍କ ଆଗମନ ହୋଇଛି। ସେଥିପାଇଁ ସେମାନଙ୍କୁ ପାଖରେ ପାଇ ସ୍ଥାନୀୟ ଲୋକେ ଖୁସି ପ୍ରକାଶ କରିଛନ୍ତି। ସେମାନଙ୍କୁ ଦର୍ଶନ କରିବା ପାଇଁ ଦୂରଦୁରାନ୍ତରୁ ଲୋକଙ୍କ ଭିଡ ଛୁଟୁଛି। ତେବେ ମନ୍ଦିରରେ ଆୟୋଜିତ ହେଉଥିବା ମହା ମୃତ୍ୟୁଞ୍ଜୟ ମହାଯଜ୍ଞ ଓ ବିଶ୍ୱାତ୍ମା ଚେତନା ମହା ସମ୍ମିଳନୀ ଅବସରରେ ଯୋଗ ଦେଇଛନ୍ତି ନାଗା ସାଧୁ।

ସୁବର୍ଣ୍ଣପୁର ଜିଲ୍ଲାର ଭୀମଭୋଇ ପୀଠ ଖଲିଆପାଲିରେ ଯାକଜମକରେ ପାଳିତ ହେଉଛି ମାଘ ମେଳା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଘ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଥିବା ମାଘମେଳା ତିନି ଦିନ ଧରି ଅନୁଷ୍ଠିତ ହେବ। ଜିଲ୍ଲା ତଥା ରାଜ୍ୟ ବାହାରୁ ମହିମା ଭକ୍ତଙ୍କ ଭିଡ ଜମିଛି ଭୀମଭୋଇ ସମାଧୀ ପୀଠରେ। ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ଆୟୋଜକ କମିଟି ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ମୀନାବଜାର ଓ ଅନ୍ୟାନ୍ୟ ଦୋକାନ ବଜାର ବ୍ୟବସ୍ଥା ବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos