ନଗଡ଼ାରେ ଦୁଇଟି ମିନି ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବ: ଉଷା ଦେବୀ

ଭୁବନେଶ୍ୱର: ଅପପୁଷ୍ଟି ଯୋଗୁଁ ଯାଜପୁର ଜିଲ୍ଲା ନଗଡ଼ାରେ ଶିଶୁ ମଡ଼କ ପରି ପରିସ୍ଥିତି ଉପୁଜି ଥିବା ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସ୍ୱତନ୍ତ୍ର ଶିବିର ଖୋଲାଯାଇ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସରକାରୀ ସୁବିଧା ସେମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ନଗଡ଼ାରେ ୨ଟି ମିନି ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପରିବାରରେ ଅଧିକ ସଂଖ୍ୟାରେ ପିଲା ଥିବାରୁ ସେମାନେ ଅପପୁଷ୍ଟିର ଶିକାର ହେଉଥିବା ମହିଳା ଓ […]

Usha-Devi

Usha-Devi

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 10:36 PM IST

Sports

Latest News

ଭୁବନେଶ୍ୱର: ଅପପୁଷ୍ଟି ଯୋଗୁଁ ଯାଜପୁର ଜିଲ୍ଲା ନଗଡ଼ାରେ ଶିଶୁ ମଡ଼କ ପରି ପରିସ୍ଥିତି ଉପୁଜି ଥିବା ରିପୋର୍ଟ ଆସିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସ୍ୱତନ୍ତ୍ର ଶିବିର ଖୋଲାଯାଇ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସରକାରୀ ସୁବିଧା ସେମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ନଗଡ଼ାରେ ୨ଟି ମିନି ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପରିବାରରେ ଅଧିକ ସଂଖ୍ୟାରେ ପିଲା ଥିବାରୁ ସେମାନେ ଅପପୁଷ୍ଟିର ଶିକାର ହେଉଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମନ୍ତ୍ରୀ ଉଷା ଦେବୀ ଆଜି କହିଛନ୍ତି।

ସେ କହିଛନ୍ତି, “ସେମାନେ ଦୁର୍ଗମ ଅଞ୍ଚଳରେ ରହୁଛନ୍ତି, ତଳକୁ ଆସୁନାହାନ୍ତି। ପ୍ରଥମରୁ ସେମାନେ ତଳକୁ ଆସିଥିଲେ ଚିକିତ୍ସା କରିବାରେ ସୁବିଧା ହୋଇଥାନ୍ତା। ମୋ ବିଭାଗ ପକ୍ଷରୁ ଯାହା କରାଯିବା କଥା ରାଯାଉଛି। ଦୁଇଟି ମିନି ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସନକାର୍ଡ ସମାଗ୍ରୀ ଓ ଛତୁଆ ସେମାନଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି। ସେମାନେ ତଳକୁ ନ ଆସିଲେ ସରକାରୀ ସୁବିଧା ସେମାନଙ୍କ ପାଖରେ ପହଞ୍ଚାଇବାକୁ ସରକାର ବିକଳ୍ପ ବ୍ୟବସ୍ଥା କରିବେ।”

ସେ ଆହୁରି କହିଛନ୍ତି, “ରାସ୍ତା ସୁବିଧା ହୋଇଗଲେ ବହୁ ସମସ୍ୟାର ସମାଧାନ ହୋଇଯିବ। ସହଜରେ ପାନୀୟଜଳ ସହ ଅନ୍ୟ ସରକାରୀ ସୁବିଧା ସେମାନଙ୍କ ପାଖରେ ପହଞ୍ଚି ପାରିବ। ସେଠାରେ ପରିବାର ନିୟୋଜନର କୌଣସି ବ୍ୟବସ୍ଥା ନାହିଁ। ୨୪ ପରିବାରରେ ୧୨୨ ଛୁଆ ଅଛନ୍ତି। ଗୋଟେ ଗୋଟେ ପରିବାରରେ ୮ରୁ ୯ଟି ଲେଖାଏଁ ଛୁଆ ଅଛନ୍ତି। ଏହା ହିଁ ଅପପୁଷ୍ଟିର ମୁଖ୍ୟ କାରଣ।”

ନଗଡ଼ା ଶିଶୁ ମଡ଼କ ଅପପୁଷ୍ଟି ପାଇଁ ନୁହେଁ ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି। କ’ଣ ପାଇଁ ଏତେ ଶିଶୁଙ୍କ ମୃତ୍ୟୁ ଘଟିଲା ତା’ର କାରଣ ଖୋଜିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ଅନ୍ୟ ସ୍ଥାନରେ ଅପପୁଷ୍ଟି ଥିଲେ ବି ଶିଶୁ ମୃତ୍ୟୁ ହେଉନାହିଁ। ନଗଡ଼ାରେ କେଉଁ କାରଣରୁ ଶିଶୁଙ୍କ ମୃତ୍ୟୁ ଘଟିଲା, ଶିଶୁମାନେ କି ରୋଗରେ ଆକ୍ରାନ୍ତ ହୋଇଥିଲେ ଏକ ଡାକ୍ତରୀ ଟିମ୍‌ ସେଠାକୁ ଯାଇ କାରଣ ଖୋଜନ୍ତୁ।”

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ଉପନେତା ଚିରଞ୍ଜିବ ବିଶ୍ୱାଳ ଏବଂ ଅନ୍ୟ ୩ ଜଣ ବିଧାୟକ ଯାଜପୁର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ନଗଡ଼ା ଶିଶୁ ମୃତ୍ୟୁ ସମ୍ପର୍କରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story