ନକଲି ଶଙ୍କରାଚାର୍ଯ୍ୟ ମାମଲା: ଦାବିଦାର ଅଧୋକ୍ଷାନନ୍ଦଙ୍କ ଗିରଫ ଦାବି

ପୁରୀ: ୨୦୦୦ ମସିହାରୁ ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ପଦବୀକୁ ନେଇ ଦେଖା ଦେଇଥିବା ବିବାଦ ଏବେ ଭିନ୍ନ ମୋଡ ନେଇଛି। ବର୍ତ୍ତମାନ ଦାବିଦାର ଶଙ୍କରାଚାର୍ଯ୍ୟ ଅଧୋକ୍ଷାନନ୍ଦ ତୀର୍ଥଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ୨୦୧୫ ମେ’ ମାସରୁ ପୁରୀ ପ୍ରଥମ ଶ୍ରେଣୀୟ ଜୁଡିସିଆଲ ମାଜିଷ୍ଟେଟ ଏସ.ପି ଦାଶଙ୍କ କୋର୍ଟରୁ ଏହି ଏନବିଡବ୍‌ଲ୍ୟୁ ୱାରେଣ୍ଟ  ଜାରି ହୋଇଛି ବୋଲି  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଗୋବର୍ଦ୍ଧନ ପୀଠ ଜଗଦଗୁରୁ ଶଙ୍କଚରାର୍ଯ୍ୟଙ୍କ ମୁଖପାତ୍ର ମନୋଜ […]

puri

puri

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 10:23 AM IST

ପୁରୀ: ୨୦୦୦ ମସିହାରୁ ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ପଦବୀକୁ ନେଇ ଦେଖା ଦେଇଥିବା ବିବାଦ ଏବେ ଭିନ୍ନ ମୋଡ ନେଇଛି। ବର୍ତ୍ତମାନ ଦାବିଦାର ଶଙ୍କରାଚାର୍ଯ୍ୟ ଅଧୋକ୍ଷାନନ୍ଦ ତୀର୍ଥଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ୨୦୧୫ ମେ’ ମାସରୁ ପୁରୀ ପ୍ରଥମ ଶ୍ରେଣୀୟ ଜୁଡିସିଆଲ ମାଜିଷ୍ଟେଟ ଏସ.ପି ଦାଶଙ୍କ କୋର୍ଟରୁ ଏହି ଏନବିଡବ୍‌ଲ୍ୟୁ ୱାରେଣ୍ଟ  ଜାରି ହୋଇଛି ବୋଲି  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଗୋବର୍ଦ୍ଧନ ପୀଠ ଜଗଦଗୁରୁ ଶଙ୍କଚରାର୍ଯ୍ୟଙ୍କ ମୁଖପାତ୍ର ମନୋଜ କୁମାର ରଥ ସୂଚନା ଦେଇଛନ୍ତି।

ଜଗଦଗୁରୁ ଶଙ୍କଚରାର୍ଯ୍ୟଙ୍କ ମୁଖପାତ୍ର କହିଛନ୍ତି,“ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଉପରେ ଗୁରୁତ୍ୱ ଦେଇ ଅଧୋକ୍ଷାନନ୍ଦ ତୀର୍ଥଙ୍କୁ ତୁରନ୍ତ ଗିରଫ  କରିବା ଦରକାର। ବର୍ତ୍ତମାନ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜା ଅଟନ୍ତି। ୨୦୦୦ ମସିହାରେ ଅଧୋକ୍ଷାନନ୍ଦ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରିଥିଲେ। ପୁରୀ ଟାଉନଥାନ ପୋଲିସ୍ ଅଧୋକ୍ଷାନନ୍ଦଙ୍କୁ ଗିରଫ କରିଥିଲା। ରାଜ୍ୟ ସରକାର ଏବଂ ଅଧୋକ୍ଷାନନ୍ଦଙ୍କ ଭିତରେ ମାମଲା ଚାଲିଥିବାରୁ ମାନ୍ୟବାର ହାଇକୋର୍ଟ ମାମଲାକୁ ବିଚାର କରି ଦାବିଦାର ଶଙ୍କରାଚାର୍ଯ୍ୟ  ଗୋବର୍ଦ୍ଧନ ମଠର ୧୦୦୦ ମିଟର ଭିତରକୁ ଯାଇପାରିବେ ନାହିଁ  ବୋଲି  ଶୁଣାଣି କରିଥିଲେ। ପୁରୀକୁ ଆସିଲେ ପୋଲିସକୁ ଅବଗତ କରାଇବା ସହ ଗଣମାଧ୍ୟମ ଓ ସର୍ବ ସାଧାରଣରେ ନିଜକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦାବି କରିପାରିବେ ନାହିଁ  ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଏ ସବୁକୁ  କଥାକୁ ସେ ଅବମାନନା କରୁଛନ୍ତି ବୋଲି ପୁରୀ ଟାଉନ ଥାନା ପୋଲିସର ଏକ ରିପୋର୍ଟକୁ ନେଇ ଗତ ୨୦୧୫ ମେ ୮ତାରିଖରେ ମାନ୍ୟବର କୋର୍ଟ ଏହି ଜାମିନ ବିହୀନ ଗିରଫ  ପରୱାନା ଜାରି କରିଛନ୍ତି।”

ଅଧୋକ୍ଷାନନ୍ଦ ତୀର୍ଥଙ୍କ ଉପରେ ତୁରନ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଗୋବର୍ଦ୍ଧନ ମଠର ଗାରିମା କ୍ଷୁର୍ଣ୍ଣ ହେଉଛି ବୋଲି ସେ ଦାବି କରିଛନ୍ତି।ଛତିଶଗଡ଼ ସରକାର ଯେଉଁଭଳି ଭାବେ ଅଧୋକ୍ଷାନନ୍ଦଙ୍କୁ ରାଜ୍ୟଭିତରେ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ସେହିଭଳି ଭାବେ ରାଜ୍ୟସରକାର କଟକଣା ଜାରି କରିବା ଦରକାର ବୋଲି ଶ୍ରୀ ରଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story