ନନ୍ଦନକାନନ ଜିରାଫ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ

ଭୁବନେଶ୍ୱର: ନନ୍ଦନକାନନ ଆସିଥିବା ଜିରାଫ୍ ‘ଜୟ’ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।  ପୂର୍ବତନ ୱାଇଲ୍‌ଡ ଲାଇଫ୍ ୱାଡେନ୍ ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ୭ ଦିନ ଭିତରେ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିବେ। ନନ୍ଦନକାନନରୁ ୪ଟି ବାଘ ବଦଳରେ ଆଲିପୁର ଚିଡିଆଖାନାରୁ ଗୋଟିଏ ପୁରୁଷ ଜିରାଫ୍ ଅଣାଯାଇଥିଲା। ସୋମବାର ଜିରାଫଟିର ମୃତ୍ୟୁ ଘଟିଥିଲା। ଜୟ’  ବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଗୋଟିଏ ଧଳାବାଘ ସମେତ […]

jiraf

jiraf

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 11:39 AM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନ ଆସିଥିବା ଜିରାଫ୍ ‘ଜୟ’ ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି।  ପୂର୍ବତନ ୱାଇଲ୍‌ଡ ଲାଇଫ୍ ୱାଡେନ୍ ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ୭ ଦିନ ଭିତରେ କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିବେ। ନନ୍ଦନକାନନରୁ ୪ଟି ବାଘ ବଦଳରେ ଆଲିପୁର ଚିଡିଆଖାନାରୁ ଗୋଟିଏ ପୁରୁଷ ଜିରାଫ୍ ଅଣାଯାଇଥିଲା। ସୋମବାର ଜିରାଫଟିର ମୃତ୍ୟୁ ଘଟିଥିଲା। ଜୟ’  ବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଗୋଟିଏ ଧଳାବାଘ ସମେତ ୪ଟି ବାଘ ଆଲିପୁର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା।

ପ୍ରାଥମିକ ତଦନ୍ତରୁ ‘ଜୟ’ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡିଛି। ସେ ଜଣ୍ଡିସ୍ ଓ ରକ୍ତହୀନତାର ମଧ୍ୟ ଶିକାର ହୋଇଥିଲା। ତେବେ ଜୟକୁ ଆଣିବାକୁ ଏକ ୮ ଜଣିଆ ଟିମ୍‌ ଆଲିପୁର ଚିଡିଆଖାନା ଯାଇଥିଲେ। ଏବେ ଜୟର ମୃତ୍ୟୁ ପରେ ଏହି ଟିମ୍‌ର କାର୍ଯ୍ୟଦକ୍ଷତାକୁ ନେଇ ପଶୁ ପ୍ରେମୀମାନେ ପ୍ରଶ୍ନ ଉଠାଇଛନ୍ତି। ଟିମ୍‌ ଯଦି ଜିରାଫ ଆଣିବା ପୂର୍ବରୁ ସ୍ୱସ୍ଥ୍ୟ ପରୀକ୍ଷା କରିଥିଲା ତା’ ହେଲେ ଏକ ରୋଗୀଣା ଜିରାଫ କେମିତି ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବରୁ ପାଟନା ଚିଡ଼ିଆଖାନାରୁ ମାଈ ଜିରାଫ୍ ‘ଖୁସି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ଅଣ୍ଡିରା ଜିରାଫ୍ ‘ଜୟ’ ଆସିବା ପରେ ନନ୍ଦନକାନନରେ ଜିରାଫ୍ ବଂଶ ବୃଦ୍ଧି କରାଯିବାକୁ ଯୋଜନା ରଖାଯାଇଥିଲା। ତେବେ ଜୟର ମୃତ୍ୟୁ ପରେ ଏହି ଯୋଜନା ପୁଣି ଥରେ ବିଫଳ ହୋଇଯାଇଛି।

ନନ୍ଦନକାନନରେ ଜିରାଫ୍ ବଂଶ ବୃଦ୍ଧି ଲାଗି ୨୦୦୬ରେ ଆଲିପୁରରୁ ଏକ ଅଣ୍ଡିରା ଜିରାଫ ଅଣାଯାଇଥିଲା। ହେଲେ ଜିରାଫ୍‌ଟି ଆସିବା ସମୟରେ ବାଟରେ ବିଦ୍ୟୁତ୍‌ ତାର ଲାଗି ଯିବାରୁ ତା’ର ମୃତ୍ୟୁ ଘଟିଥିଲା। ଏଥର ସେଭଳି ଅଘଟଣ ଏଡାଇବା ପାଇଁ ବେଶ୍ ସତର୍କତା ଅବଲମ୍ବନ କରାଯାଇଥିଲା। ହେଲେ ନନ୍ଦନକାନରେ ପହଞ୍ଚିବାର ୪ ଦିନ ପରେ  ‘ଜୟ’ର ମୃତ୍ୟୁ ପଶୁପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos