ନନ୍ଦିପଦାରେ ଜଳାନ୍ତକ ଆତଙ୍କ

anandpur-prasadକେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ନନ୍ଦିପଦା ଗାଁରେ ଜଳାନ୍ତକ ଆତଙ୍କ ଦେଖାଦେଇଛି। ଲୋକା ଭୟଭୀତ ହୋଇ ପ୍ରତିଷେଧକ ନେବା ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ଆସୁଛନ୍ତି।

ଗତ ୨୯ ତାରିଖରେ ଉକ୍ତ ଗାଁରେ ଜଣକ ଘରେ ସତ୍ୟନାରାୟଣ ପାଲା ହୋଇଥିଲା। ଗାଁ ଲୋକେ କ୍ଷୀରରେ ପ୍ରସ୍ତୁତ ସିରିଣି ଖାଇଥିଲେ। ଯେଉଁ କ୍ଷୀରରେ ସିରିଣି ପ୍ରସ୍ତୁତ ହୋଇଥିଲା ସେହି କ୍ଷୀର ଦେଇଥିବା ଗାଈର ୩୦ ତାରିଖରେ ମୃତ୍ୟୁ ହୋଇଥିଲା। ଜଳାନ୍ତକରେ ଆକ୍ରାନ୍ତ ହୋଇ ଉକ୍ତ ଗାଈର ମୃତ୍ୟୁ ହୋଇଥିବା ପ୍ରାଣୀ ଚିକିତ୍ସକ କହିଥିଲେ। ସେଥିପାଇଁ ସେହି ଗାଈ କ୍ଷୀରରେ ପ୍ରସ୍ତୁତ ସିରିଣି ଖାଇଥିବା ଲୋକଙ୍କୁ ଜଳାନ୍ତକ ପ୍ରତିଷେଧକ ନେବାକୁ ପ୍ରାଣୀ ଚିକିତ୍ସକ ପରାମର୍ଶ ଦେଇଥିଲେ। ଫଳରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।