ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜିଙ୍କ ନାରାୟଣପାଟଣା ଗସ୍ତ

ନାରାୟଣପାଟଣା: ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ. ସାଇନି ମଙ୍ଗଳବାର ନାରାୟଣପାଟଣା ଗସ୍ତ କରିଛନ୍ତି। ସେ ନାରାୟଣପାଟଣା ଥାନାରେ ଦୀର୍ଘ ୪ ଘଣ୍ଟା ଧରି ରହିଥିଲେ। ଏହି ସମୟରେ ସେ ଲକ୍ଷ୍ମୀପୁର ଏସଡିପିଓ ହେମନ୍ତ କୁମାର ପାଢୀ, ନାରାୟଣପାଟଣା ଥାନା ଅଧିକାରୀ ଏସ.କେ ଝଙ୍କର ଓ ବନ୍ଧୁଗାଁ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ନାରାୟଣପାଟଣା ଅଞ୍ଚଳରେ ବୃଥିବା ମାଓବାଦୀ ହିଂସାକାଣ୍ଡ ଘଟଣାର ସମୀକ୍ଷା କରିଥିଲେ ଏସ.ସାଇନି। ଗତ ୧୫ ଓ ୧୬ ତାରିଖରେ ନାରାୟଣପାଟଣା ଓ ବନ୍ଧୁଗାଁ ଥାନା ଅଞ୍ଚଳରେ ୨ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ। ଗତକାଲି ମଧ୍ୟ ବିରିଗି ଅଞ୍ଚଳରେ ୨ଜଣ ଆଦିବାସୀଙ୍କ ଘର ମାଓବାଦୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏସବୁ ଘଟଣା ନେଇ ତାଙ୍କ ଗସ୍ତକୁ ଗୁରୁତ୍ୱ ମନେ କରାଯାଇଛି।