ନାଲିବତି ଛାଡ଼ିଲେ ନରସିଂହ

ଭୁବନେଶ୍ୱର: ନାଲିବତି ଗାଡ଼ି ବ୍ୟବହାର କରିପାରିବେନି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏ ନିଷ୍ପତ୍ତି ସେ ନିଜେ ନେଇଛନ୍ତି। ଏନେଇ ସେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି। ଏହା ସହିତ ସରକାରଙ୍କ ପକ୍ଷରୁ ତାଙ୍କୁ ଯୋଗାଇ ଦିଆଯାଇଥିବା ପୋଲିସ୍ ସୁରକ୍ଷାକୁ ବି ପ୍ରତ୍ୟାହାର କରି ନେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।