ନାସିକରେ ବସ୍ ଦୁର୍ଘଟଣାରେ ଜଣେ ଓଡ଼ିଆଙ୍କ ମୃତ୍ୟୁ, ୩୮ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ନାସିକର ଖୋପଡ଼ି ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟା ବେଳେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଓଡ଼ିଆ ଯାତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ତା’ସହିତ ୩୮ ଜଣ ଓଡ଼ିଆ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ଗାଁରେ। ମୃତ ଓଡ଼ିଆ ଯାତ୍ରୀଙ୍କ ନାଁ ସୁଧୀର କୁମାର ବେହେରା। ଏମାନେ ସମସ୍ତେ ନାସିକରୁ ଏକ ବସ୍‌ରେ ଶିରିଡି ଯାଉଥିଲେ। ଖୋପଡ଼ି ନିକଟରେ […]

accident

accident

Rakesh Mallick
  • Published: Saturday, 22 October 2016
  • Updated: 22 October 2016, 09:16 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ନାସିକର ଖୋପଡ଼ି ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ଆଠଟା ବେଳେ  ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଓଡ଼ିଆ ଯାତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ତା’ସହିତ ୩୮ ଜଣ ଓଡ଼ିଆ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ଗାଁରେ। ମୃତ ଓଡ଼ିଆ ଯାତ୍ରୀଙ୍କ ନାଁ ସୁଧୀର କୁମାର ବେହେରା।

ଏମାନେ ସମସ୍ତେ ନାସିକରୁ ଏକ ବସ୍‌ରେ ଶିରିଡି ଯାଉଥିଲେ। ଖୋପଡ଼ି ନିକଟରେ ଏକ ଟେମ୍ପୋ ସହିତ ବସ୍‌ଟିର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବସ୍ ଓ ଟେମ୍ପୋ ଡ୍ରାଇଭରଙ୍କ ସହ ସୁଧୀରଙ୍କ ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos