ଖାଦ୍ୟ ସୁରକ୍ଷା ଆଇନ: ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପାଶ୍ୱାନଙ୍କ ସମାଲୋଚନା

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚୟନରେ ହୋଇଛି ଅନିୟମିତତା। ଯୋଗ୍ୟ ହିତାଧିକାରୀ ପାଉନାହାନ୍ତି ଖାଦ୍ୟଶସ୍ୟ। କିଛି ଦିନର ନିରବତା ପରେ ପୁଣି ଉଠିଛି ଏହି ପ୍ରସଙ୍ଗ। ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାୱାନ୍। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଇନର କାର୍ଯ୍ୟକାରିତା ଦାୟିତ୍ୱ ରାଜ୍ୟ ସରକାରଙ୍କର। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର କେବଳ ଏ ନେଇ […]

paswana

paswana

Rakesh Mallick
  • Published: Friday, 12 February 2016
  • Updated: 12 February 2016, 03:01 PM IST

Sports

Latest News

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ଚୟନରେ ହୋଇଛି ଅନିୟମିତତା। ଯୋଗ୍ୟ ହିତାଧିକାରୀ ପାଉନାହାନ୍ତି ଖାଦ୍ୟଶସ୍ୟ। କିଛି ଦିନର ନିରବତା ପରେ ପୁଣି ଉଠିଛି ଏହି ପ୍ରସଙ୍ଗ। ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାୱାନ୍। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଇନର କାର୍ଯ୍ୟକାରିତା ଦାୟିତ୍ୱ ରାଜ୍ୟ ସରକାରଙ୍କର। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର କେବଳ ଏ ନେଇ ରାଜ୍ୟକୁ ପରାମର୍ଶ ଦେଇପାରିବ। ତେବେ ରାଜ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଯୋଜନାର ତଦାରଖ ପାଇଁ ଫୁଡ୍ କମିଶନ୍ ଏବଂ ଭିଜିଲାନ୍ସ କମିଟି ଗଠନ କରିବା ପାଇଁ ରାଜ୍ୟକୁ କୁହାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଖାଦ୍ୟସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯାଇଛି। ବାକି ୬ଟି ରାଜ୍ୟରେ ଏପ୍ରିଲ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ। ସେହିପରି ଦେଶର ୪୨ ପ୍ରତିଶତ ରାସନକାର୍ଡକୁ ଆଧାରକାର୍ଡ ସହ ଲିଙ୍କ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ୱାନ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ରାସନ କାର୍ଡ ବିତରଣ ହେଉଛି ସାଧାରଣ ବଣ୍ଟନ ବ୍ୟବସ୍ଥାର ଏକ ଅଂଶ। ରାଜ୍ୟ ସରକାର ତାଙ୍କ ବ୍ୟବସ୍ଥା ତାଙ୍କ ବିଧି ଅନୁସାରେ ସ୍ଥାପନ କରିଥା’ନ୍ତି। ଯଦି ଏଥିରେ କୌଣସି ଅନିୟମିତତା ଅଛି ତେବେ ରାଜ୍ୟ ସରକାର ଏହି ଆଇନରେ ପରିବର୍ତ୍ତନ ଆଣିବେ। ଆଉ କିପରି ସୂଚାରୂ ରୂପେ ଏହାର ବଣ୍ଟନ ହୋଇପାରିବ ତାହାର ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ୩୦ଟି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହୋଇଛି। ରାଜ୍ୟର ପ୍ରାୟ ୩ କୋଟି ହିତାଧିକାରୀ ଏହି ତାଲିକରେ ଅର୍ନ୍ତଭୁକ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ଲକ୍ଷ ୫୦ହଜାର ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos