କଥା ବଦଳାଇଲେ ବିଜେଡି ମୁଖିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୟୁ-ଟର୍ଣ୍ଣ। ସଂସଦୀୟ ସ୍ଥାୟୀ କମିଟିରୁ ବିଜେଡି ସଭ୍ୟ ଇସ୍ତଫା ଦେବା ପ୍ରସଙ୍ଗରେ ନବୀନ ପଟ୍ଟନାୟକ ନିଜ ପୂର୍ବ ନିଷ୍ପତ୍ତି ବଦଳାଇଛନ୍ତି। ଯିଏ ଯେଉଁ କମିଟିରେ ଅଛନ୍ତି ପୂର୍ବବତ୍ ସେଥିରେ ରହିବେ। ଏନେଇ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି। ଗତ ଶନିବାର ମୁଖ୍ୟମନ୍ତ୍ରୀ, ସବୁ ସାଂସଦଙ୍କୁ ଷ୍ଟାଣ୍ଡିଂ କମିଟି ସଭ୍ୟ ପଦରୁ ଇସ୍ତଫା ଦେବାକୁ କହିଥିଲେ। ହେଲେ ସଦସ୍ୟମାନଙ୍କ କାର୍ଯ୍ୟକାଳ ଆଉ […]

Naveen-Patnaik

Naveen-Patnaik

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 08:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୟୁ-ଟର୍ଣ୍ଣ। ସଂସଦୀୟ ସ୍ଥାୟୀ କମିଟିରୁ ବିଜେଡି ସଭ୍ୟ ଇସ୍ତଫା ଦେବା ପ୍ରସଙ୍ଗରେ ନବୀନ ପଟ୍ଟନାୟକ ନିଜ ପୂର୍ବ ନିଷ୍ପତ୍ତି ବଦଳାଇଛନ୍ତି। ଯିଏ ଯେଉଁ କମିଟିରେ ଅଛନ୍ତି ପୂର୍ବବତ୍ ସେଥିରେ ରହିବେ। ଏନେଇ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି।

ଗତ ଶନିବାର ମୁଖ୍ୟମନ୍ତ୍ରୀ, ସବୁ ସାଂସଦଙ୍କୁ ଷ୍ଟାଣ୍ଡିଂ କମିଟି ସଭ୍ୟ ପଦରୁ ଇସ୍ତଫା ଦେବାକୁ କହିଥିଲେ। ହେଲେ ସଦସ୍ୟମାନଙ୍କ କାର୍ଯ୍ୟକାଳ ଆଉ ମାତ୍ର କିଛି ମାସ ବାକି ଥିବାରୁ ଯିଏ ଯେଉଁ କମିଟିରେ ଅଛନ୍ତି, ସେମିତି ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଭର୍ତ୍ତୃହରି ସୂଚନା ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ହଠାତ୍ ଦୁଇ ଦିନ ଭିତରେ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ ନବୀନ? ଚର୍ଚ୍ଚା ହେଉଛି, ଅଧିକାଂଶ ଷ୍ଟାଣ୍ଡିଂ କମିଟି ସଦସ୍ୟ ପଦ ଛାଡ଼ିବାକୁ ଚାହୁଁନଥିଲେ। ଏପରିକି ଖୋଲାଖୋଲି ଭାବେ ସେମାନେ ଏନେଇ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଫଳରେ ସୁପ୍ରିମୋ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ତେବେ ସୁପ୍ରିମୋଙ୍କ ନିଷ୍ପତ୍ତିରେ ସାଂସଦମାନେ ଅମଙ୍ଗ ହେବା ଓ ନବୀନ ନିଷ୍ପତ୍ତି ବଦଳାଇବା ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos