ବଦଳିଲା ନବୀନଙ୍କ ସମଦୂରତ୍ଵ ଡାଏଲଗ୍ : କହିଲେ-ଯିଏ ଓଡ଼ିଶା ପାଇଁ ଭଲ ଡିଲ୍ କରିବ, ତାକୁ ସମର୍ଥନ କରିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଦଳିଲା ନବୀନଙ୍କ ସ୍ୱର। କଂଗ୍ରେସ ଓ ବିଜେପି ସହ ମେଣ୍ଟ ପ୍ରସଙ୍ଗରେ ସର୍ବଦା ସମଦୂରତାର ଡାଏଲଗ କହି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଏଥର କହିଛନ୍ତି ‘ଯିଏ ଓଡ଼ିଶାକୁ ଲାଭ ଦେବ ଆମେ ତାକୁ ସମର୍ଥନ ଦେବୁ’। ଇଣ୍ଡିଆ ଟୁଡେ ସହ ଆଉ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ ଏହା କହିଛନ୍ତି। ୨୦୦୯ରେ ବିଜେପି ସହ ସମ୍ପର୍କ ଭାଙ୍ଗିଲା ପରେ ନବୀନ ସବୁବେଳେ ସମଦୂରତ୍ୱ କଥା କହି […]

900-1

900-1

Tapas Behera
  • Published: Monday, 15 April 2019
  • Updated: 15 April 2019, 04:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଦଳିଲା ନବୀନଙ୍କ ସ୍ୱର। କଂଗ୍ରେସ ଓ ବିଜେପି ସହ ମେଣ୍ଟ ପ୍ରସଙ୍ଗରେ ସର୍ବଦା ସମଦୂରତାର ଡାଏଲଗ କହି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ଏଥର କହିଛନ୍ତି ‘ଯିଏ ଓଡ଼ିଶାକୁ ଲାଭ ଦେବ ଆମେ ତାକୁ ସମର୍ଥନ ଦେବୁ’। ଇଣ୍ଡିଆ ଟୁଡେ ସହ ଆଉ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ ଏହା କହିଛନ୍ତି।

୨୦୦୯ରେ ବିଜେପି ସହ ସମ୍ପର୍କ ଭାଙ୍ଗିଲା ପରେ ନବୀନ ସବୁବେଳେ ସମଦୂରତ୍ୱ କଥା କହି ଆସୁଥିଲେ। ଉଭୟ କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମଦୂରତା ରକ୍ଷା କରି ଆସୁଥିବା କହୁଥିଲେ ନବୀନ। ଏବେ ସାଧାରଣ ନିର୍ବାଚନ ଚାଲୁଥିଲା ବେଳେ ହଠାତ୍‌ ଓଡ଼ିଶା ସ୍ୱାର୍ଥ କଥା କହି ନବୀନ ନିଜର ମତ ବଦଳାଇଛନ୍ତି। କହିଛନ୍ତି ଯିଏ ଓଡ଼ିଶାକୁ ଲାଭ ଦେବେ ଆମେ ତାକୁ ସମର୍ଥନ ଦେବୁ।

ସିଏ ଏନ୍‌ଡିଏ ହେଉ କି ୟୁପିଏ ବା ଅନ୍ୟ କେହି, ଯିଏ ଓଡ଼ିଶା ପାଇଁ ଭଲ ଡିଲ୍ କରିବ, ତାକୁ ସମର୍ଥନ କରିବୁ। ଏଇ ତିନି ଦିନ ତଳେ ଏନ୍‌ଡିଟିଭିକୁ ଦେଇଥିବା ସାକ୍ଷାତକାରରେ ବିଜେଡି ସମଦୂରତ୍ୱ ରଖୁଥିବା କହିଥିଲେ ନବୀନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos