୧୨ରେ ବିଜେପୁର ଯିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନରେ ବିପୁଳ ବିଜୟ ପରେ ଆସନ୍ତା ୧୨ ତାରିଖରେ ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୂଚନା ଦେଇଛନ୍ତି ବିଜେପୁର ବିଧାୟିକା ରୀତା ସାହୁ। ବିଜେପୁରବାସୀ ବିଜେଡିକୁ ବୃହତ ବ୍ୟବଧାନରେ ବିଜୟ କରାଇଥିବାରୁ କୃତଜ୍ଞତା ଜଣାଇବା ଲାଗି ମୁଖ୍ୟମନ୍ତ୍ରୀ ଯାଉଥିବା ରୀତା କହିଛନ୍ତି।  ନିର୍ବାଚନମଣ୍ଡଳୀର ସବୁ ପଞ୍ଚାୟତର ନେତା, କର୍ମୀ ଓ ସାଧାରଣ ଲୋକେ ଏହି ଅବସରରେ ଏକାଠି ହେବ ବୋଲି ସେ କହିଛନ୍ତି। ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କିଭଳି ପାଳନ ହେବ ସେନେଇ ମଧ୍ୟ ମତ ରଖିବେ ନବୀନ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ବିରୋଧୀ ସମାଲୋଚନା କରିଛନ୍ତି।