କଲମା ବ୍ୟାରେଜ୍‌ ଗେଟ୍‌ ତୁରନ୍ତ ଖୋଲିବାକୁ ରମଣଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଛତିଶଗଡ଼ ସରକାର ହୀରାକୁଦ ଉପର ମୁଣ୍ଡରେ ଥିବା କଲମା ବ୍ୟାରେଜ୍ ଗେଟ୍ ବନ୍ଦ କରିବାକୁ ନେଇ ରମଣ ସିଂହଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ୟାରେଜ୍‌ ଗେଟ୍ ବନ୍ଦ ଯୋଗୁଁ ଓଡ଼ିଶାକୁ ଜଳ ପ୍ରବାହ କମିଥିବା ନବୀନ ଚିଠିରେ ଦର୍ଶାଇଛନ୍ତି। ଛତିଶଗଡ଼ ସରକାରଙ୍କ ଏପରି ଏକପାଖିଆ ନିଷ୍ପତ୍ତି ଯୋଗୁଁ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ଅନ୍ୟାନ୍ୟ ଜିଲ୍ଲାରେ ଉତ୍କଟ ଜଳସଂକଟ ସୃଷ୍ଟି ହୋଇଥିବା ନବୀନ ଉଲ୍ଲେଖ କରିଛନ୍ତି।

ସେ ଆହୁରି ଉଲ୍ଲେଖ କରିଛନ୍ତି ଏହାକୁ ନେଇ ଏସବୁ ଜିଲ୍ଲାରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାକୁ ଜଳ ପ୍ରବାହ ସ୍ୱାଭାବିକ ନ ହେଲେ ଜନ ଆସନ୍ତୋଷ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ କଲମା ବ୍ୟାରେଜ୍ ଗେଟ୍ ଖୋଲିବା ଲାଗି ସେ ଦାବି କରିଛନ୍ତି।

ମହାନଦୀ ଜଳ ବଣ୍ଟନ ବିବାଦ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ନବୀନ କହିଛନ୍ତି।