ପିସି ପ୍ରସଙ୍ଗ: ଧର୍ମେନ୍ଦ୍ର କହିଲେ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ପ୍ରକାଶ କରନ୍ତୁ

ଭୁବନେଶ୍ୱର: ଜିଲ୍ଲାପାଳ କର୍ମଶାଳାରେ ପର୍ସେଣ୍ଟେଜ୍‌ ବା ପିସି ବନ୍ଦ ପାଇଁ ନବୀନଙ୍କ କଡା ତାଗିଦ୍ ପରେ ଏହାକୁ ନେଇ ପାଓ୍ୱାର କରିଡରରେ ବେଶ ଚର୍ଚ୍ଚା ଲାଗି ରହିଛି। ପିସି ପ୍ରସଙ୍ଗକୁ ନେଇ ଆଜି ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିଛନ୍ତି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ନବୀନଙ୍କ ନୂଆ ଅନ୍ଦାଜର ଆଉ ଏକ ଝଲକ ବି ଦେଖିବାକୁ ମିଳିଛି ବୋଲି କହିଛନ୍ତି। ଜିଲ୍ଲାପାଳଙ୍କ କର୍ମଶାଳାରେ ନବୀନ ଜିଲ୍ଲାପାଳଙ୍କ ୫ଟି ଗ୍ରୁପକୁ ବୁଲି […]

Dharmendra-Pradhan

Dharmendra-Pradhan

Rakesh Mallick
  • Published: Monday, 12 June 2017
  • Updated: 12 June 2017, 10:41 PM IST

Sports

Latest News

ଭୁବନେଶ୍ୱର: ଜିଲ୍ଲାପାଳ କର୍ମଶାଳାରେ ପର୍ସେଣ୍ଟେଜ୍‌ ବା ପିସି ବନ୍ଦ ପାଇଁ ନବୀନଙ୍କ କଡା ତାଗିଦ୍ ପରେ ଏହାକୁ ନେଇ ପାଓ୍ୱାର କରିଡରରେ ବେଶ ଚର୍ଚ୍ଚା ଲାଗି ରହିଛି। ପିସି ପ୍ରସଙ୍ଗକୁ ନେଇ ଆଜି ନବୀନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିଛନ୍ତି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ନବୀନଙ୍କ ନୂଆ ଅନ୍ଦାଜର ଆଉ ଏକ ଝଲକ ବି ଦେଖିବାକୁ ମିଳିଛି ବୋଲି କହିଛନ୍ତି।

ଜିଲ୍ଲାପାଳଙ୍କ କର୍ମଶାଳାରେ ନବୀନ ଜିଲ୍ଲାପାଳଙ୍କ ୫ଟି ଗ୍ରୁପକୁ ବୁଲି ବୁଲି ଅନୁଧ୍ୟାନ କରୁଛନ୍ତି। ୧୭ ବର୍ଷର ଶାସନ କାଳରେ ନବୀନଙ୍କ ଏଭଳି ହାବଭାବ ପ୍ରଥମ ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ କର୍ମଶାଳା ଚାଲିଥିବା ବେଳେ ପିସି କାରବାର ବନ୍ଦ ପାଇଁ ତାଗିଦ୍ ବି କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଅଫିସରଙ୍କ ଅପେକ୍ଷା ମନ୍ତ୍ରୀମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ।

ଏପଟେ କମିଶନ ବା ପିସି ବନ୍ଦ ପ୍ରସଙ୍ଗରେ ନବୀନଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପିସି କେତେ ପ୍ରତିଶତ ଚାଲିଥିଲା ଓ କେତେ ଆଦାୟ ହୋଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ପ୍ରଦାନ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।

ତାରା ମଧ୍ୟ ନବୀନଙ୍କୁ ଏହି ପ୍ରସଙ୍ଗରେ କଟାକ୍ଷ କରି ଏହା ନବୀନଙ୍କ ନୂଆ ଅନ୍ଦାଜର ଆଉ ଏକ ଝଲକ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos