ଭୁଲ୍ କଲେ ସୋନା, ଗାଳି ଖାଉଛନ୍ତି ନବୀନ

ବିଚିତ୍ର ଆମ ସାମାଜିକ ଚରିତ୍ର ବା ସୋସିଆଲ୍ ଟ୍ରେଣ୍ଡ। ଭୁଲ୍ କଲା ଜଣେ, ଗାଳି ଖାଉଛନ୍ତି ଆଉଜଣେ। ଅବଶ୍ୟ ଲୋକଙ୍କର କାମ ହେଲା, ସେମାନେ ନିନ୍ଦା କରିବାକୁ ଚାହୁଁଥିବା ଲୋକଟିକୁ ମେଳ ଖାଇଲା ପରି ଏକ ଘଟଣାକୁ ଅପେକ୍ଷା କରିଥାନ୍ତି। ଏବେ ଗାୟିକା ସୋନା ମହାପାତ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଘଟିଛି ସେମିତି କିଛି। ଭୁବନେଶ୍ୱର (ଦେବଦତ୍ତ ରଥ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶଇଳ’କୁ ବିକୃତ କରି ଗାଇ ବିବାଦ […]

Sona

Sona

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 08:32 PM IST

Sports

Latest News

ବିଚିତ୍ର ଆମ ସାମାଜିକ ଚରିତ୍ର ବା ସୋସିଆଲ୍ ଟ୍ରେଣ୍ଡ। ଭୁଲ୍ କଲା ଜଣେ, ଗାଳି ଖାଉଛନ୍ତି ଆଉଜଣେ। ଅବଶ୍ୟ ଲୋକଙ୍କର କାମ ହେଲା, ସେମାନେ ନିନ୍ଦା କରିବାକୁ ଚାହୁଁଥିବା ଲୋକଟିକୁ ମେଳ ଖାଇଲା ପରି ଏକ ଘଟଣାକୁ ଅପେକ୍ଷା କରିଥାନ୍ତି। ଏବେ ଗାୟିକା ସୋନା ମହାପାତ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଘଟିଛି ସେମିତି କିଛି।
ଭୁବନେଶ୍ୱର (ଦେବଦତ୍ତ ରଥ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶଇଳ’କୁ ବିକୃତ କରି ଗାଇ ବିବାଦ ଘେରକୁ ଆସିଛନ୍ତି ଗାୟିକା ସୋନା ମହାପାତ୍ର। ଭକ୍ତ ସାଲବେଗଙ୍କ ଦ୍ୱାରା ଲିଖିତ ଏହି ପ୍ରସିଦ୍ଧ ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ସେ ଏହାକୁ ଭିନ୍ନ ଶୈଳୀରେ ଗାଇଛନ୍ତି ବୋଲି ଯେତେ କହିଲେ ବି, ସେ ଯେ ଗୀତଟିକୁ ବିକୃତ କରିଛନ୍ତି ତାହା ତାଙ୍କ ଗାୟନ ଶୈଳୀରୁ ହିଁ ଜଣାପଡ଼ି ଯାଉଛି। ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି। ପୂର୍ବରୁ ସୋନା ପ୍ରସିଦ୍ଧ ସମ୍ବଲପୁରୀ ସଙ୍ଗୀତ "ରଙ୍ଗବତୀ"କୁ ଭୁଲ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଥିଲେ।
ତେବେ କଥାଟା ଏଠି ନାହିଁ। ସୋନାଙ୍କୁ ଏବେ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଯାଇଛି। ପୁରୀରେ କିଛି ଲୋକ ତାଙ୍କ ପୋଷ୍ଟର ପୋଡ଼ିଛନ୍ତି। ସୋନାଙ୍କ ବିରୋଧରେ ସୋସିଆଲ ମିଡିଆରେ ମଧ୍ୟ ଅନେକ ନକାରାତ୍ମକ ପୋଷ୍ଟ ଦେଖିବାକୁ ମିଳୁଛି। ସୋନାଙ୍କୁ ଅତି ଖରାପ ଭାଷାରେ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। କେତେ ସେ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ତେବେ ଏହା ଭିତରେ ଅନେକ ଲୋକ ସୋନାଙ୍କୁ ଛାଡ଼ି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଳି ଦେଉଥିବାର ଦେଖାଯାଇଛି। ଅନେକ ଲୋକ ନବୀନଙ୍କ ଓଡ଼ିଆ ଜ୍ଞାନ ସଂପର୍କରେ ଟିପ୍ପଣୀ ଦେଇଛନ୍ତି। ଏମିତିକି ଆଜି ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ସାମ୍ବାଦିକ ମାନଙ୍କୁ ଦେଇଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡ଼ିଶାର ମୁଖ୍ୟଙ୍କୁ ଓଡ଼ିଆ ଜଣାନାହିଁ, ସେଟା ଆପଣଙ୍କୁ ଦିଶୁନି କିମ୍ବା କେହି କେଶ୍ କରୁନାହାଁନ୍ତି, କିନ୍ତୁ ସୋନାଙ୍କ ବିରୋଧରେ କେଶ୍ କରିବାକୁ ବହୁତ ଆଗ୍ରହ ଦେଖାଉଛନ୍ତି। ସେହିପରି ସୋସିଆଲ୍ ମିଡିଆରେ କେତେକ କହିଛନ୍ତି ଯେ, ସୋନା ଯଦି କିଛି ଶବ୍ଦକୁ ବିକୃତ କରି ଉଚ୍ଚାରଣ କରି ଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିର ଅପମାନ କରିଛନ୍ତି, ତେବେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଶୁଦ୍ଧ ଓଡ଼ିଆ ଉଚ୍ଚାରଣ କରୁଛନ୍ତି କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story