ଘରୁ ଡାକି ନେଇ ନାଏବ ସରପଞ୍ଚଙ୍କ ଗଳା କାଟିଦେଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ସେମାନେ ଛୋଟେଗୁଡ଼ରା ଗାଁର ନାଏବ ସରପଞ୍ଚଙ୍କ ଗଳାକାଟି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ଜଣାପଡ଼ି ନାହିଁ। ଗତକାଲି ରାତିରେ ୧୦ରୁ ୧୫ ଜଣ ନକ୍ସଲ ନାଏବ ସରପଞ୍ଚଙ୍କୁ ଘରୁ ଡାକି ନେଇଥିଲେ। ତା’ପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଆଜି ସକାଳେ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଗାଁରେ ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ନକ୍ସଲମାନେ […]

naxal.jpg,,,

naxal.jpg,,,

Tapaswini Nayak
  • Published: Saturday, 31 August 2019
  • Updated: 31 August 2019, 12:19 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ସେମାନେ ଛୋଟେଗୁଡ଼ରା ଗାଁର ନାଏବ ସରପଞ୍ଚଙ୍କ ଗଳାକାଟି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ଜଣାପଡ଼ି ନାହିଁ।

ଗତକାଲି ରାତିରେ ୧୦ରୁ ୧୫ ଜଣ ନକ୍ସଲ ନାଏବ ସରପଞ୍ଚଙ୍କୁ ଘରୁ ଡାକି ନେଇଥିଲେ। ତା’ପରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଆଜି ସକାଳେ ଗାଁ ମୁଣ୍ଡରେ ତାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ।

ଗାଁରେ ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ନକ୍ସଲମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି।  ନିର୍ବାଚନକୁ କେନ୍ଦ୍ର କରି ସେମାନେ ଏହି ହିଂସାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos