କେଟଲିରେ ବିଦ୍ୟୁତ୍ ତାର ସଂଯୋଗ କରି ରାସ୍ତାରେ ରଖିଲେ ନକ୍ସଲ
ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ରାଇଘର ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ନକ୍ସଲ ପୋଷ୍ଟର ଓ ବ୍ୟାନର । ଏହି ପୋଷ୍ଟରରେ ୧୧ ଗୋଟି ଦାବି ନେଇ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦିଆଯାଇଛି।
ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ନକ୍ସଲମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳି ଦେଇଛନ୍ତି । ଏହାବ୍ୟତୀତ ଏକ କେଟଲିରେ ବିଦ୍ୟୁତ୍ ତାର ସଂଯୋଗ କରି ରାସ୍ତା ଉପରେ ଦୁଇଟି ବ୍ୟାନର ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।
ନବରଙ୍ଗପୁର ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ସୀମାନ୍ତରେ ଅବସ୍ଥିତ ଏହି ଗାଁରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଏଭଳି ନକ୍ସଲ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ମାଓବାଦୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗା ଯାଇଥିବା ଉଲ୍ଲେଖ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।