କଟକ ଜିଲ୍ଲାରେ ଲାଲବାହିନୀର ପାଦଚିହ୍ନ: ୧୫ରୁ ୨୦ ନକ୍ସଲ ଚକ୍କର କାଟୁଥିବା ସୂଚନା

କଟକ: କଟକ ନରସିଂହପୁର ଅଞ୍ଚଳରେ ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ଆଶଙ୍କା।  ସାତକୋଶିଆ ଜଙ୍ଗଲରେ ୧୫ରୁ ୨୦ ମାଓବାଦୀ ବୁଲୁଥିବା ସୂଚନା ମିଳିବା ପରେ ସତର୍କ ହୋଇଛି ପୋଲିସ । ତେବେ ଏହି ଅଞ୍ଚଳରେ ମାଓବାଦୀ ଚଳପ୍ରଚଳ କରିବା ନୂଆ କଥା ନୁହେଁ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜି।  ସେପଟେ ଛତିଶଗଡ଼ର ମାଓ ଶିବିର ଉପରେ ପୋଲିସ ଚଢାଉ କରି ବିପୁଳ ଦସ୍ତାବିଜ୍ ହାସଲ କରିଛି।  ଏଥିରୁ ମାଓବାଦୀଙ୍କ ହଥିଆର ଓ ବିସ୍ଫୋରକ ଟ୍ରେନିଂ ସଂପର୍କରେ ପୋଲିସ […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 10:25 PM IST

Sports

Latest News

କଟକ: କଟକ ନରସିଂହପୁର ଅଞ୍ଚଳରେ ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ଆଶଙ୍କା।  ସାତକୋଶିଆ ଜଙ୍ଗଲରେ ୧୫ରୁ ୨୦ ମାଓବାଦୀ ବୁଲୁଥିବା ସୂଚନା ମିଳିବା ପରେ ସତର୍କ ହୋଇଛି ପୋଲିସ । ତେବେ ଏହି ଅଞ୍ଚଳରେ ମାଓବାଦୀ ଚଳପ୍ରଚଳ କରିବା ନୂଆ କଥା ନୁହେଁ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜି।  ସେପଟେ ଛତିଶଗଡ଼ର ମାଓ ଶିବିର ଉପରେ ପୋଲିସ ଚଢାଉ କରି ବିପୁଳ ଦସ୍ତାବିଜ୍ ହାସଲ କରିଛି।  ଏଥିରୁ ମାଓବାଦୀଙ୍କ ହଥିଆର ଓ ବିସ୍ଫୋରକ ଟ୍ରେନିଂ ସଂପର୍କରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍।

ନରସିଂହପୁର ଅଞ୍ଚଳରେ ମାଓବାଦୀଙ୍କୁ ଦେଖିବାକୁ ମିଳିଥିବା କୁହାଯାଉଛି।  ପୋଲିସ୍ ଡିଜି ଆର୍.ପି. ଶର୍ମା ମଧ୍ୟ ଏନେଇ ସୂଚନା ଦେଇଛନ୍ତି।  ଅନୁଗୋଳ-କଟକ-ନୟାଗଡ଼ ଟ୍ରାଇଜଙ୍କସନ୍ ଅଞ୍ଚଳରେ କିଛି ମାଓବାଦୀ ବୁଲାବୁଲି କରୁଥିବା ଖବର ମିଳିଥିବା ସେ କହିଛନ୍ତି । ତେବେ ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି କିଛି ନୂଆ ନୁହେଁ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ।   ଅତୀତରେ ନରସିଂହପୁର, ଗଣିଆ ଓ ପୁରୁଣାକୋଟ୍ ଅଞ୍ଚଳରେ KKBN ମାଓ ସଂଗଠନର ଗତିବିଧି ଥିବା ସେ ସୂଚନା ଦେଇଛନ୍ତି।

ତେବେ ଏଥିରେ ଆତଙ୍କିତ ହେବାର କିଛି ନାହିଁ। ସିଆରପିଏଫ୍ ପକ୍ଷରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହୋଇସାରିଥିବା ସେ କହିଛନ୍ତି। ଅନ୍ୟପଟେ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ଚଢାଉ ବେଳେ ପୋଲିସ ହାତରେ ଲାଗିଛି ଲାଲ ବାହିନୀର ପ୍ରଶିକ୍ଷଣ ସଂପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ।ଛତିଶଗଡ଼ରେ ମାଓବାଦୀଙ୍କ ବିରୋଧରେ ଅପରେସନକୁ ଜୋରଦାର କରିଛି ପୋଲିସ।  ସେ ଦୃଷ୍ଟିରୁ ସେମାନେ ଓଡ଼ିଶାକୁ ପଶି ଆସିବା ସହ ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos