ନୟାଗଡ଼: ଜିଙ୍ଗୁଡ଼ି ଗାଡ଼ିଆରେ ବାଲ୍ୟ ବିବାହ ରୋକିଲା ଚାଇଲ୍ଡ ଲାଇନ୍

ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ୍ ଜିଙ୍ଗୁଡ଼ି ଗାଡ଼ିଆରେ ପୁଣି ଏକ ବାଲ୍ୟ ବିବାହ ଯୋଜନାକୁ ଅଟକାଇଲା ଚାଇଲ୍ଡ ଲାଇନ୍। ଗତକାଲି ଜିଙ୍ଗୁଡ଼ି ଗାଡ଼ିଆରେ ଥିବା ମା’ ବାଉତୀ ଦେବୀ ମନ୍ଦିରରେ ବାଲ୍ୟ ବିବାହ ହେଉଥିବା ଖବର ପାଇ ଚାଇଲଡ୍ ଲାଇନର ଏକ ଟିମ୍ ଚଢାଉ କରିଥିଲା । ବିବାହ କରୁଥିବା ନାବାଳିକାର ବୟସ ୧୬ ବର୍ଷ ହୋଇଥିବା ମାଟ୍ରିକ ସାର୍ଟିଫିକେଟରୁ ଜଣାପଡ଼ିବା ପରେ ଏହି ବାହାଘରକୁ ପୋଲିସ ସହାୟତାରେ ଚାଉଲ୍ଡ ଲାଇନ ପକ୍ଷରୁ ଅଟକାଯାଇଥିଲା । ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ନୟାଗଡ଼ ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନରେ ରଖାଯାଇଛି ।