ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ କଟ୍ରାଝରୀ ଡ୍ୟାମ ନିକଟରୁ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟି ୮ରୁ ୯ ଦିନ ହେବ ବୋଲି ଡ଼ାକ୍ତର କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଶିଶୁଟିକୁ ନୟାଗଡ଼ ସ୍ପେଶାଲାଇଜଟ୍ ଆଡ଼ପସନ ଏଜେନ୍ସିକୁ ଲାଲନ ପାଳନ ପାଇଁ ହସ୍ତାନ୍ତର କରାଯାଇଛି। ଚଳିତମାସ ୬ ତାରିଖରେ ନୟାଗଡ଼ ଓଡ଼ଗାଁରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।