ଜେଜେଙ୍କ ଠେଙ୍ଗା ମାଡ଼ରେ ନାତୁଣୀଙ୍କ ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୋଡ଼ିପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜେଜେ ବାପାଙ୍କ ଠେଙ୍ଗା ମାଡ଼ରେ ୪ ମାସର ନାତୁଣୀଙ୍କ ମୃତ୍ୟୁ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମୃତ ଶିଶୁଙ୍କ ଜେଜେ ଓ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାରିବାରିକ କଳହକୁ କେନ୍ଦ୍ରକରି ଶତ୍ରୁଘ୍ନ ନାହାକ ଓ ତାଙ୍କ ପତ୍ନୀ ମାମାଲିଙ୍କ ମଧ୍ୟରେ ପାଟିତୁଣ୍ଡ ଘଟିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପାଖରେ ଛିଡ଼ା ହୋଇଥିବା ଶତ୍ରୁଘ୍ନଙ୍କ ବାପା ଲଡୁ […]

nayagardh

nayagardh

Rakesh Mallick
  • Published: Friday, 17 March 2017
  • Updated: 17 March 2017, 10:14 AM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୋଡ଼ିପଲ୍ଲୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜେଜେ ବାପାଙ୍କ ଠେଙ୍ଗା ମାଡ଼ରେ ୪ ମାସର ନାତୁଣୀଙ୍କ ମୃତ୍ୟୁ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମୃତ ଶିଶୁଙ୍କ ଜେଜେ ଓ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପାରିବାରିକ କଳହକୁ କେନ୍ଦ୍ରକରି ଶତ୍ରୁଘ୍ନ ନାହାକ ଓ ତାଙ୍କ ପତ୍ନୀ ମାମାଲିଙ୍କ ମଧ୍ୟରେ ପାଟିତୁଣ୍ଡ ଘଟିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପାଖରେ ଛିଡ଼ା ହୋଇଥିବା ଶତ୍ରୁଘ୍ନଙ୍କ ବାପା ଲଡୁ ନାହାକ ବୋହୂ ମାମାଲିଙ୍କୁ ଆକ୍ରମଣ କରିବା ପାଇଁ ଠେଙ୍ଗା ଉଠାଇବା ବେଳେ ୪ ମାସର ନାତୁଣୀଙ୍କ ଦେହରେ ବାଜିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାକୁ ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା।

ମାମାଲିଙ୍କ ଅଭିଯୋଗ କ୍ରମେ ପୋଲିସ ଶ୍ୱଶୁର ଲଡୁ ଓ ସ୍ୱାମୀ ଶତ୍ରୁଘ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos