ଚାନ୍ଦପୁର ଗଣହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ କଲା କ୍ରାଇମବ୍ରାଞ୍ଚ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ଚାନ୍ଦପୁର ଗଣହତ୍ୟା ଘଟଣାର ୪ ଜଣ ଅଭିଯୁକ୍ତଙ୍କୁ  ୬ ଦିନିଆ ରିମାଣ୍ଡରେ ନେବା ଲାଗି ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ରଣପୁର ଜେଏମଏଫସି କୋର୍ଟରେ ଆବେଦନ କରାଯାଇଥିଲା।  କୋର୍ଟ ଆସନ୍ତା ସୋମବାର ରିମାଣ୍ଡ ଆବେଦନର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ୪ ଜଣ ଅଭିଯୁକ୍ତଙ୍କୁ ରଣପୁର ସବଜେଲକୁ ପଠାଇ ଦିଆଯାଇଛି।

ଚାନ୍ଦପୁର ଗଣହତ୍ୟା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇ ସାରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଜେଲରେ ଅଛନ୍ତି।

 ଡକାୟତି କରିବାକୁ ଆସି ଏହି ୬ଜଣ ଅଭିଯୁକ୍ତ ୪ ଜଣଙ୍କୁ ହତ୍ୟା କରିଥିଲେ।