ସାନ ଭାଇର ଆକ୍ରମଣରେ ବଡ଼ ଭାଇଙ୍କ ମୃତ୍ୟୁ

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଙ୍ଗାପଡ଼ାରେ ସାନ ଭାଇ ସୁରେଶ ସ୍ୱାଇଁଙ୍କ ଆକ୍ରମଣରେ ବଡ଼ ଭାଇ ରମେଶଙ୍କ ମୃତ୍ୟୁ ହୋଇଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଜମି ବିବାଦକୁ ନେଇ ରମେଶ ଓ ତାଙ୍କ ସାନ ଭାଇ ସୁରେଶଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁରେଶ ଏକ ଧାରୁଆ ଅସ୍ତ୍ରରେ ରମେଶ ଓ ତାଙ୍କ ପତ୍ନୀ ପୁଷ୍ପଲତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ […]

nayagard- murder

nayagard- murder

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 06:48 PM IST

Sports

Latest News

ନୟାଗଡ଼: ଆଜି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ସିଙ୍ଗାପଡ଼ାରେ ସାନ ଭାଇ ସୁରେଶ ସ୍ୱାଇଁଙ୍କ ଆକ୍ରମଣରେ ବଡ଼ ଭାଇ ରମେଶଙ୍କ ମୃତ୍ୟୁ ହୋଇଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

ଜମି ବିବାଦକୁ ନେଇ ରମେଶ ଓ ତାଙ୍କ ସାନ ଭାଇ ସୁରେଶଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁରେଶ ଏକ ଧାରୁଆ ଅସ୍ତ୍ରରେ ରମେଶ ଓ ତାଙ୍କ ପତ୍ନୀ ପୁଷ୍ପଲତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ପୁଷ୍ପଲତାଙ୍କୁ ଖଣ୍ଡପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ  ନୟାଗଡ଼ ମେଡିକାଲ ପରେ  କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ପୋଲିସ୍‌ ରମେଶଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos