ନୟାଗଡ଼: ସିଙ୍ଗିବାଡ଼ି-ପଥରା ରାସ୍ତାର ଉନ୍ନତୀକରଣ କାର୍ଯ୍ୟର ଶୁଭାରମ୍ଭ

ନୟାଗଡ଼: ଖଣ୍ଡପଡା ନିର୍ବାଚନ ମଣ୍ଡଳୀରେ ୩କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସିଙ୍ଗିବାଡ଼ି-ପଥରା ରାସ୍ତାର ଉନ୍ନତୀକରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସିଙ୍ଗିବାଡିଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ଢୋଲମରାଠାରେ ଢୋଲମରା-ସରଧାପୁର କୁଆଁରିଆ ନଦୀ ଉପରେ ବିଜୁ ସେତୁ ଯୋଜନାରେ ୬କୋଟି ୯ଲକ୍ଷ ୭୦ହଜାର ଟଙ୍କା ବ୍ୟୟରେ ଏକ ବ୍ରିଜ ନିର୍ମାଣ ହେବ। ଏହାର ମଧ୍ୟ ଭିତ୍ତିପ୍ରସ୍ତର ମନ୍ତ୍ରୀ ସ୍ଥାପନ କରିଥିଲେ।ଏହି ଅବସରରେ ସ୍ଥାନୀୟ ବିଧାୟକ ଅନୁଭବ ପଟ୍ଟନାୟକ ଉପସ୍ଥିତ ଥିଲେ।