ଭୁବନେଶ୍ୱର: ୨୦୦୮ ମସିହା ଚର୍ଚ୍ଚିତ ନୟାଗଡ଼ ଥାନା ଓ ରିଜର୍ଭ ବାରାକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଦୁଇ ମାଓବାଦୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ପ୍ରମାଣ ଅଭାବରୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହି ଦୁଇ ମାଓବାଦୀ ହେଲେ ମଞ୍ଜୁଲତା ମୁଦୁଲି ଏବଂ ପ୍ରତାପ କିମ୍ବିକା। ଏମାନଙ୍କ ବିରୋଧରେ ଅନ୍ୟ ଏକ ମାମଲା ବିଚାରାଧୀନ ଥିବାରୁ ଜେଲରୁ ମୁକୁଳି ପାରିନାହାନ୍ତି।
୨୦୧୪ ମସିହାରେ ବ୍ରହ୍ମପୁର ପୋଲିସ ଏହି ୨ ମାଓବାଦୀଙ୍କୁ ଏକ ମାମଲାରେ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଉଭୟଙ୍କ ବିରୋଧରେ ନୟାଗଡ଼ ଥାନା ଓ ରିଜର୍ଭବାରାକ ଆକ୍ରମଣ ଘଟଣାରେ ଚାର୍ଜସିଟ୍ କରିଥିଲା ମାମଲାର ଶୁଣାଣି ପାଇଁ ଏହି ୨ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲରୁ କଡା ସୁରକ୍ଷା ମଧ୍ୟରେ ନୟାଗଡ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।