ଜାଲରେ ପଡ଼ିଲା ଭୋଟ ବାକ୍ସ

ନୟାଗଡ଼(ଓଡ଼ିଶା ରିପୋର୍ଟର): ପୋଖରୀରୁ ମିଳିଲା ଭୋଟ ବାକ୍ସ । ମାଛ ଧରିବା ବେଳେ ପୋଖରୀରୁ ଏହି ଭୋଟ୍ ବାକ୍ସ ମିଳିଛି।  ଏହା ହେଉଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋତିସାହି ଗାଁର ଘଟଣା।  ଗହୀର ଭିତରେ ଥିବା ଏକ ପୋଖରୀରୁ ଏହି ଭୋଟ ବାକ୍ସ ମିଳିଛି।  ରଜତ ସ୍ୱାଇଁଙ୍କ ଜମିରେ ଥିବା ପୋଖରୀରୁ ମାଛ ମରା ହେବା ବେଳେ ଭୋଟ ବାକ୍ସ ମିଳିଛି।  ବାକ୍ସଟି କିନ୍ତୁ ଖାଲି ଅଛି।  କେଉଁଠି ଏହି ଭୋଟ ବାକ୍ସ  ଆସିଛି, ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।  ଗତ ନିର୍ବାଚନ ବେଳେ ଭୋଟ ଗ୍ରହଣରେ ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।