ନୟାଗଡ଼: ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ଆଜି ହେବ ପ୍ରାର୍ଥୀପତ୍ର ଯାଞ୍ଚ

ନୟାଗଡ଼: ନୟାଗଡ଼ ୨୧ ନମ୍ବର ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଗତକାଲି ନାମାଙ୍କନ ଦାଖଲର ଶେଷ ଦିନରେ ନିଜ ସମର୍ଥକଙ୍କ ସହ ବିଜେପି, କଂଗ୍ରେସ ଓ ବିଜେଡି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିଜେଡିର ନବ କିଶୋର ବୈରିଗଞ୍ଜନ, ବିଜେପିର ରଣଜିତ ପଟ୍ଟନାୟକ ଓ କଂଗ୍ରେସର ବିଶ୍ୱରଞ୍ଜନ ଆଚାର୍ଯ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବିଜେଡି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରବି ନାରାୟଣ ନନ୍ଦଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା। ଆସନ୍ତା ଜୁନ୍ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ।