ବଦଳିଲେ ଥାନା ଅଧିକାରୀ, ଦୁଇ ଯୁବତୀଙ୍କୁ କେମିତି ପିଟି କରିଥିଲେ ଲହୁଲୁହାଣ, ଦେଖନ୍ତୁ କିଛି ଚିତ୍ର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ନୟାପଲ୍ଲୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୨ ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଅଭିଯୋଗ ଘଟଣା ବଦଳିଲେ ନୟାପଲ୍ଲୀ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ।  ରିଜର୍ଭ ପୋଲିସକୁ  ବଦଳିଲେ ସଂଗ୍ରାମ ପଟ୍ଟନାୟକ। ତାଙ୍କ ସ୍ଥାନରେ  ଉମାକାନ୍ତ ପ୍ରଧାନଙ୍କୁ ନୟାପଲ୍ଲୀ ଥାନା ଆଇଆଇସି ଦାୟିତ୍ୱ ଦିଆଯାଇଛି। କ୍ୟାପିଟାଲ ଥାନା ଅତିରିକ୍ତ ଆଇଆାଇସି ଥିଲେ ଉମାକାନ୍ତ । ସୂଚନା ଅନୁଯାୟୀ, ଥାନା ଭିତରେ ଦୁଇ ଯୁବତୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା। ନୟାପଲ୍ଲୀ ଅଞ୍ଚଳର ଦୁଇ ଯୁବତୀଙ୍କୁ […]

j-555

j-555

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 09:04 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ନୟାପଲ୍ଲୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୨ ଯୁବତୀଙ୍କୁ ନୟାପଲ୍ଲୀ ପୋଲିସର ମାଡ଼ ଅଭିଯୋଗ ଘଟଣା ବଦଳିଲେ ନୟାପଲ୍ଲୀ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ।  ରିଜର୍ଭ ପୋଲିସକୁ  ବଦଳିଲେ ସଂଗ୍ରାମ ପଟ୍ଟନାୟକ। ତାଙ୍କ ସ୍ଥାନରେ  ଉମାକାନ୍ତ ପ୍ରଧାନଙ୍କୁ ନୟାପଲ୍ଲୀ ଥାନା ଆଇଆଇସି ଦାୟିତ୍ୱ ଦିଆଯାଇଛି। କ୍ୟାପିଟାଲ ଥାନା ଅତିରିକ୍ତ ଆଇଆାଇସି ଥିଲେ ଉମାକାନ୍ତ । ସୂଚନା ଅନୁଯାୟୀ, ଥାନା ଭିତରେ ଦୁଇ ଯୁବତୀଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଥିଲା।

ନୟାପଲ୍ଲୀ ଅଞ୍ଚଳର ଦୁଇ ଯୁବତୀଙ୍କୁ ପୋଲିସ ମାଡ଼ ମାରିଥିବା ନେଇ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।  ଅଭିଯୋଗ ଅନୁଯାୟୀ ଗତ ୬ ତାରିଖ ଦିନ ପଡ଼ୋଶୀଙ୍କ ସହିତ ଝଗଡ଼ାକୁ ନେଇ ନୟାପଲ୍ଲୀ ବେହେରା ସାହି ଅଞ୍ଚଳର ଦୁଇ ଜଣ ଯୁବତୀଙ୍କୁ ଥାନାକୁ ଆଣିଥିଲା ପୋଲିସ।  ପରେ ସେମାନଙ୍କୁ ନିସ୍ତୁକ ପିଟିଥିବା କଥା ଦୁଇ ଯୁବତୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ନୟାପଲ୍ଲୀ ଥାନା ଇନ୍ସପେରଙ୍କ ସହିତ ଅନ୍ୟ କର୍ମଚାରୀ ସେମାନଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ପିଟିଥିବା ସେମାନେ ଅଭିଯୋଗ କରିଛନ୍ତି।  ସେପଟେ ଅଭିଯୋଗକୁ ନୟାପଲ୍ଲୀ ପୋଲିସ୍ ଖଣ୍ଡନ କରିଛି ।

ଯୁବତୀ ଦୁଇଜଣ ପୋଲିସକୁ ପ୍ରଥମେ ଆକ୍ରମଣ କରିବା ସହ ପୋଲିସ କର୍ମଚାରୀଙ୍କ ପୋଷାକ ବି ଚିରିଦେଇଥିଲେ।  ସେପଟେ ଯୁବତୀଙ୍କ ଦେହରେ ଥିବା ଦାଗ ପଡ଼ୋଶୀଙ୍କ ସହ ଗଣ୍ଡଗୋଳ ବେଳର ବୋଲି ନୟାପଲ୍ଲୀ ଥାନା ଆଇଆଇସି କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା HRPC ଅତିରିକ୍ତ ଡିସିପି ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଥିବା ପୋଲିସ କମିଶନର କହିଛନ୍ତି। କିଛି ଦିନ ତଳେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଆଇଆଇସି ଜଣେ ବୃଦ୍ଧାଙ୍କୁ ପିଟିଥିବା ଅଭିଯୋଗରେ ନିକଟରେ ସେ ଚାକିରିରିୁ ନିଲମ୍ବିତ ହୋଇଥିଲେ।  ସେପଟେ ପୋଲିସ

ବିରୋଧରେ ମା଼ଡ଼ ଅଭିଯୋଗ ଆଣିଥିବା ଦୁଇ ଯୁବତୀଙ୍କ ଘରକୁ ଯାଇ ସେମାନଙ୍କୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା।  ଯୁବତୀଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ଆଗରେ ବିକ୍ଷୋଭ କରାଯାଇଥିଲା। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଯୁବତୀଙ୍କୁ ମାଡ଼ ଘଟଣାର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos