କିଏ ସତ ? ଝିଅ କହୁଛନ୍ତି ପୋଲିସ ପିଟିଲା, ପୋଲିସ କହୁଛି ଆମ ପଛରେ କୁକୁର ଲଗେଇ ଦେଲେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଆମ୍ଭେ ସବ୍‌ଇନ୍ସପେକ୍ଟର ମିନତୀ କୁମାରୀ ନାୟକ, ଏସ୍‌ଆଇ ସସ୍ମିତା ଧଳ, ଏସ୍‌ଆଇ ବିନୟ କେର୍କେଟା ଓ ଏସ୍‌ଆଇ ଉଦାଳି ଶଙ୍କର ସାହୁ ଆପଣଙ୍କ ନିର୍ଦ୍ଦେଶ କ୍ରମେ ନୟାପଲ୍ଲୀ ଥାନା କେସ୍‌ ନଂ. ୧୮୫/୧୮ର ମୁଦାଲାମାନଙ୍କୁ ଡାକିବା ପାଇଁ ଆଜି ତା-୫-୫-୧୮ରିଖ ୧୧ଟା ୩୦ ମିନିଟ୍‌ ସମୟରେ ଯାଇଥିଲୁ।… ସେଠାରେ ପହଞ୍ଚିବା ପରେ ଘରେ ଥିବା କନକଲତା ମଲ୍ଲିକ ତାଙ୍କ ଝିଅ ଗାୟତ୍ରୀ, ରୁବି ଓ ଶୁଭଶ୍ରୀ ଆମକୁ ଘର ଭିତରୁ ଟେକା ପଥର ମାରି […]

kukura

kukura

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 02:50 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଆମ୍ଭେ ସବ୍‌ଇନ୍ସପେକ୍ଟର ମିନତୀ କୁମାରୀ ନାୟକ, ଏସ୍‌ଆଇ ସସ୍ମିତା ଧଳ, ଏସ୍‌ଆଇ ବିନୟ କେର୍କେଟା ଓ ଏସ୍‌ଆଇ ଉଦାଳି ଶଙ୍କର ସାହୁ ଆପଣଙ୍କ ନିର୍ଦ୍ଦେଶ କ୍ରମେ ନୟାପଲ୍ଲୀ ଥାନା କେସ୍‌ ନଂ. ୧୮୫/୧୮ର ମୁଦାଲାମାନଙ୍କୁ ଡାକିବା ପାଇଁ ଆଜି ତା-୫-୫-୧୮ରିଖ ୧୧ଟା ୩୦ ମିନିଟ୍‌ ସମୟରେ ଯାଇଥିଲୁ।… ସେଠାରେ ପହଞ୍ଚିବା ପରେ ଘରେ ଥିବା କନକଲତା ମଲ୍ଲିକ ତାଙ୍କ ଝିଅ ଗାୟତ୍ରୀ, ରୁବି ଓ ଶୁଭଶ୍ରୀ ଆମକୁ ଘର ଭିତରୁ ଟେକା ପଥର ମାରି ଗାଳିଗୁଲଜ କରିଥିଲେ। “ ତମେ କିଏବେ, କୋଉ ପୋଲିସ ଆସିଛ” କହି…. ଆମ ପଛରେ ୨ଟି କୁକୁର ଲଗେଇ ଠେଲାପେଲା କରିଥିଲେ।”

ଏହା ହେଉଛି ସେହି FIR କପିର ନକଲ ଯାହା ଯୁବତୀଙ୍କୁ ପୋଲିସ ମାଡ଼ ଭାଇରାଲ ଭିଡିଓ ଘଟଣାର ଗୁମର ଖୋଲିଛି। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପୋଲିସ ନିର୍ମମ ଭାବେ ମାଡ଼ ମାରି ଯୁବତୀଙ୍କୁ ଆହତ କରିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ସକାଳ ପହରୁ କମିଶନରେଟ୍‌ ପୋଲିସ ତନାଘନା ଚଳାଇଥିଲା। ହେଲେ ଏହି  FIR କପି ହାତରେ ପଡ଼ିବା ପରେ ଯୁବତୀମାନେ ଯେ, ପୋଲିସକୁ ପ୍ରଥମେ ଆକ୍ରମଣ କରିଥିଲେ ତାହା ଜଣାପଡ଼ିଛି।

ଘଟଣାଟି ହେଉଛି ଏମିତି। ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ଜମିବାଡି ମାମଲା ରହିଥିଲା। ଘଟଣାର ଆପୋଷ ସମାଧାନ ଲାଗି ନୟାପଲ୍ଲୀ ଥାନାରେ ହୋଇଥିଲା ଅଭିଯୋଗ। ଏହାକୁ ଭିତ୍ତି କରି ପୋଲିସ ଉଭୟ ଗୋଷ୍ଠୀକୁ ଥାନାକୁ ଆସିବାକୁ କହିଥିଲା। କିନ୍ତୁ ଗୋଟିଏ ଗୋଷ୍ଠି ନ ଆସିବାରୁ ପୋଲିସ ତାଙ୍କୁ ଡାକିବାକୁ ଯାଇଥିଲା। ହେଲେ ଉକ୍ତ ଗୃହରେ ଥିବା ମହିଳା ଓ ତାଙ୍କ ୨ ଝିଅ ପୋଲିସକୁ ଗାଳି ଗୁଲଜ କରିବା ସହ ଟେକା ପଥର ମାରିଥିଲେ ବୋଲି ପୋଲିସ୍ ଏଫ୍‌ଆଇଆର୍‌ରେ କହିଛି। ଏପରିକି ଘରେ ଥିବା କୁକୁର ପୋଲିସ ଉପରକୁ ଛାଡ଼ିବା ପରେ କୁକୁର ପୋଲିସ କର୍ମଚାରୀଙ୍କୁ କାମୁଡ଼ି ଲହୁଲୁହାଣ କରିଥିଲା ବୋଲି ଲିଖିତ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୋଲିସ ପାଲଟା ଅଭିଯୋଗ କରିବା ପରେ ଅଭିଯୁକ୍ତ ଯୁବତୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏବେ ଉକ୍ତ ଯୁବତୀମାନେ ଅନ୍ତରୀଣ ଜାମିନରେ ଆସିବା ପରେ ସେମାନଙ୍କୁ ପୋଲିସ୍ ନିର୍ଯାତନାର ଚିତ୍ରକୁ ମୋବାଇଲ୍‌ରେ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଛନ୍ତି।

ତେବେ ଘଟଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅସଲରେ କିଏ ସତ କହୁଛି ତାହା ସ୍ପଷ୍ଟ ହୋଇପାରୁନି। ଝିଅମାନେ କହୁଛନ୍ତି, ପୋଲିସ୍ ସେମାନଙ୍କୁ ପିଟିଲା, ପୋଲିସ୍ କହୁଛି ଝିଅମାନେ ସେମାନଙ୍କୁ ପିଟିଲେ। ମିଳିଥିବା ତଥ୍ୟ ଅନୁଯାୟୀ, ପୋଲିସ୍ ଏ ଝିଅମାନଙ୍କୁ ଥାନାରେ ରଖି ଅନ୍ଧ ଭାବରେ ପିଟିଛି। ଏପରିକି ସେମାନଙ୍କ ପ୍ରାଇଭେଟ୍ ପାର୍ଟକୁ ମଧ୍ୟ ପିଟିଥିବା କୁହାଯାଉଛି। ଭିଡିଓରେ ଝିଅମାନେ ସେମାନଙ୍କ ଦେହରେ ଥିବା ମାଡ଼ ଦାଗ ଦେଖାଇଛନ୍ତି। ସେ ଦାଗରୁ ହିଁ ଜାଣି ହେଉଛି ଯେ ପୋଲିସ୍‌ର ମାଡ଼ ଅତି ନିର୍ମମ। କିନ୍ତୁ କେଉଁ ପରିସ୍ଥିତିରେ ଏପରି ହେଲା ତାହା ସ୍ପଷ୍ଟ ହେଉନି।

ଅଧିକ ପଢନ୍ତୁ : ଯୁବତୀଙ୍କୁ ପିଟିଲା ପୋଲିସ, ଭାଇରାଲ ହେଲା ଭିଡିଓ !

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos