‘ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ୱିଟ୍‌ କରି କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ। ନିଜ ଟ୍ୱିଟରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ସ୍ୱାଧୀନତ୍ତୋର ଭାରତର ପ୍ରଥମ ଜନଜାତି ମହିଳା ଓ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁଙ୍କୁ ଏହି ଗରିମାମୟ ପଦବୀ ପାଇଁ ପ୍ରାର୍ଥୀ ଭାବରେ ଚୟନ କରିଥିବାରୁ […]

Dharmendra-Pradhan

Dharmendra-Pradhan

Tapaswini Nayak
  • Published: Wednesday, 22 June 2022
  • Updated: 22 June 2022, 12:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ୱିଟ୍‌ କରି କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ।

ନିଜ ଟ୍ୱିଟରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ସ୍ୱାଧୀନତ୍ତୋର ଭାରତର ପ୍ରଥମ ଜନଜାତି ମହିଳା ଓ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁଙ୍କୁ ଏହି ଗରିମାମୟ ପଦବୀ ପାଇଁ ପ୍ରାର୍ଥୀ ଭାବରେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି।

ଧର୍ମେନ୍ଦ୍ର ତାଙ୍କ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଜନଜାତି ପରିବାରୁ ଆସିଥିବା ଶ୍ରୀମତୀ ମୁର୍ମୁ ଜୀବନବ୍ୟାପୀ ଗରିବ ଓ ଅସହାୟଙ୍କ ସେବା କରିଛନ୍ତି। ତାଙ୍କର ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଭଲ ଅଭିଜ୍ଞତା ରହିଛି। ଆମ ଦଳ ତାଙ୍କ ଭଳି ଜଣେ କର୍ମଯୋଗୀ ମହିଳା ଓ ଉଦାର ବ୍ୟକ୍ତିତ୍ୱଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ଶ୍ରୀମତୀ ମୁର୍ମୁଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।

ଓଡ଼ିଶାର ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରାଇରଙ୍ଗପୁର ବାସଭବନରେ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସକାଳେ ଦ୍ରୌପଦୀ ମୁର୍ମୁଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ଏହି ଆଦିବାସୀ ନେତ୍ରୀ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଜ କାର୍ଯ୍ୟକାଳ ସଫଳତାର ସହ ଶେଷ କରିପାରିଥିବା ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos