ବନ୍ଦର କୁପ୍ରଭାବ: ମେଡିକାଲ ଯାଇ ପାରିଲେନି ରୋଗୀ, ଫ୍ଲାଇଟ୍‌ ମିସ୍‌ କଲେ ଯାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଆଜି କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ବେଳେ ବିଜେପି ହରତାଲ କରିଥିଲା। ଏହି ସମୟ ସାରା ଓଡ଼ିଶାରେ ଜୀବନଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ଦ ଯୋଗୁଁ କିଛି ରୋଗୀ ମେଡିକାଲରେ ପହଞ୍ଚି ପାରି ନଥିବା ବେଳେ ବିମାନଯାତ୍ରୀ ସେମାନଙ୍କ […]

hartal

hartal

Rakesh Mallick
  • Published: Wednesday, 24 January 2018
  • Updated: 24 January 2018, 08:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଆଜି କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ବେଳେ ବିଜେପି ହରତାଲ କରିଥିଲା। ଏହି ସମୟ ସାରା ଓଡ଼ିଶାରେ ଜୀବନଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ଦ ଯୋଗୁଁ କିଛି ରୋଗୀ ମେଡିକାଲରେ ପହଞ୍ଚି ପାରି ନଥିବା ବେଳେ ବିମାନଯାତ୍ରୀ ସେମାନଙ୍କ ଫ୍ଲାଟ୍‌ ମିସ୍‌ କରିଛନ୍ତି। କିଛି ସ୍ଥାନରେ ତ ବାଇକ୍‌ରେ ଲୋକଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଲୋକେ ବେଶ ଲୁଟିଛନ୍ତି। ଏପରି ସ୍ଥିତିରେ ଏହି ବନ୍ଦ କାହା ସ୍ୱାର୍ଥରେ ଦିଆଯାଇଥିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

କଂଗ୍ରେସର ବନ୍ଦ ଓ ବିଜେପିର ହରତାଳ ଯୋଗୁଁ ଆଜି ଦିନତମାମ ହଇରାଣ ହୋଇଥିଲେ କ୍ୟାପିଟାଲ ହସ୍ପିଟାଏରେ ରୋଗୀଙ୍କ ସମ୍ପର୍କୀୟ। ହସପିଟାଲ ପରିସରରେ ଥିବା ୫ଟଙ୍କିଆ ଆହାର କେନ୍ଦ୍ର ଖୋଲି ନଥିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଖାଇବାକୁ ପାଇ ନଥିଲେ। ଏପଟେ ମୂଲ ଲାଗିଲେ ପେଟକୁ ଦାନା ପାଉଥିବା ମଜୁରୀଆଙ୍କ ଅବସ୍ଥା ନ କହିବା ଭଲ। କାମ ମିଳି ନଥିବାରୁ ଆଜି ରାତିରେ କ’ଣ ଖାଇବେ ତାକୁ ନେ ଏବେ ଘାରି ହେଉଥିବେ। ଭୁବନେଶ୍ୱର ଡେଲଟା ଛକର ଲେବର ଷ୍ଟାଣ୍ଡରେ ଆଜି ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ। ସବୁବେଳେ ଗହଳଚହଳ ରହୁଥିବା ଏହି ଛକ ଆଜି ଖାଁ ଖାଁ ଲାଗୁଥିଲା। ଯେଉଁମାନେ କାମ ଆଶାରେ ଆସିଥିଲେ, ନିରାଶ ହୋଇ ଫେରିଯାଇଥିଲେ।

hartal1ହସ୍ପିଟାଲ, ଏୟାରପୋର୍ଟ, ଷ୍ଟେସନ ଓ ବସଷ୍ଟାଣ୍ଡକୁ ଯିବାକୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାନବାହନ ଚଳାଚଳ ବନ୍ଦ ଥିବାରୁ କିଛି ଲୋକ ଏଥିରୁ ଫାଇଦା ଉଠାଇ ପକେଟ୍ ଗରମ କରିବାକୁ ଉଦ୍ୟମ କରିଥିଲେ। ନିଜ ବାଇକ୍‌ରେ ଯାତ୍ରୀଙ୍କୁ ଏୟାରପୋର୍ଟ ଓ ଷ୍ଟେସନରେ ପହଞ୍ଚାଇ ଭଡ଼ା ଅସୁଲି ଥିଲେ। ବାଇକ୍‌ରେ ଏୟାରପୋର୍ଟରୁ ପଟିଆ ୮୦୦ ଓ ଏୟାରପୋର୍ଟରୁ କଟକ ଛାଡି ଦେବାକୁ ୧୨୦୦ ଟଙ୍କା ନେଇଥିଲେ ଏହି ବାଇକ୍‌ ଚାଳକ। ଆନ୍ଦୋଳନକାରୀଙ୍କ ନଜରରୁ ବର୍ତ୍ତିବା ଲାଗି ବାଇକ୍‌ରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପତାକା ମଧ୍ୟ ଲଗାଇ ଦେଇଥିଲେ।

ଆଜି ଦିନ ବେଳା ବିବାହ ଉତ୍ସବ ଆୟୋଜନ କରିଥିବା ଲୋକେ ବହୁ ହଇରାଣ ହୋଇଥିଲେ। ବିନା ବାଣ, ରୋଷଣିରେ ଯେନତେନ ଚଳାଇ ନେବାକୁ ପଡିଥିଲା। ବନ୍ଧୁବାନ୍ଧବ, ଜ୍ଞାତି ପରିଜନଙ୍କ ଉପସ୍ଥିତି କମ୍ ରହିଥିଲା।

ସେହିପରି ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ପାଇଁ ଆସିଥିବା ଶ୍ରଦ୍ଧାଳୁ ହୁଅନ୍ତୁ ବା ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷା ଦେବାକୁ ଆସିଥିବା ପ୍ରାର୍ଥୀ ସମସ୍ତେ ବନ୍ଦ ଓ ହରତାଳ ଯୋଗୁଁ ଦହଗଞ୍ଜ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story