ନିମାପଡ଼ାରେ ପୋଲିସ୍-ବିଜେପି କର୍ମୀ ଧସ୍ତାଧସ୍ତି, ୩ ଗିରଫ

ନିମାପଡ଼ା: ଶିଶୁ, କିଶୋରୀ ଓ ପ୍ରସୂତିଙ୍କୁ ରାଜ୍ୟ ସରକାର ଯୋଗାଉଥିବା ଖାଦ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ବୁଧବାର ନିମାପଡ଼ା ସିଡିପିଓଙ୍କ ଅଫିସ୍ ଘେରିଥିଲା।

ବିଜେପି ମହିଳାମାନେ ଅଫିସ୍ ଭିତରେ ପଶିବାକୁ ଉଦ୍ୟମ କଲାବେଳେ ପୋଲିସ୍ ସେମାନଙ୍କୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା।  ଧସ୍ତାଧସ୍ତିରେ ୨ ଜଣ ପୋଲିସ୍ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍ ୨ ମହିଳା କର୍ମୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା ନିମାପଡ଼ା ଥାନା ଆଗରେ ଧାରଣା ଦେଇଛନ୍ତି।