‘ଭାରତ ଓ ନେପାଳ ସମ୍ପର୍କ ସର୍ବଦା ଅତୁଟ ରହୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ନେପାଳ ଭିତରେ ସମ୍ପର୍କ ସର୍ବଦା ଅତୁଟ ରହୁ। ସାରା ବିଶ୍ୱରେ ଶାନ୍ତି ବଜାୟ ରହୁ। ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି କହିଛନ୍ତି ନେପାଳ ରାଜା ଜ୍ଞାନେନ୍ଦ୍ର ବୀର  ବିକ୍ରମ ଶାହ। ନେପାଳ ରାଜା ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ପରେ ରାଜା ଜ୍ଞାନେନ୍ଦ୍ର ପୁରୀର ସାକ୍ଷୀଗୋପାଳ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ। ନେପାଳ ରାଜା […]

NEPAL_(F)_0406_-_King_Gyanendra

NEPAL_(F)_0406_-_King_Gyanendra

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 11:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ନେପାଳ ଭିତରେ ସମ୍ପର୍କ ସର୍ବଦା ଅତୁଟ ରହୁ। ସାରା ବିଶ୍ୱରେ ଶାନ୍ତି ବଜାୟ ରହୁ। ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି କହିଛନ୍ତି ନେପାଳ ରାଜା ଜ୍ଞାନେନ୍ଦ୍ର ବୀର  ବିକ୍ରମ ଶାହ।

ନେପାଳ ରାଜା ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ପରେ ରାଜା ଜ୍ଞାନେନ୍ଦ୍ର ପୁରୀର ସାକ୍ଷୀଗୋପାଳ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ। ନେପାଳ ରାଜା ଆସନ୍ତାକାଲି ପୁରୀରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ  ଦେବେ।

ଶ୍ରୀମନ୍ଦିର ସହିତ ନେପାଳ ରାଜାଙ୍କ ନିବିଡ଼ ସଂପର୍କ ରହିଛି। ଏପରିକି ରତ୍ନସିଂହାସନ ଉପରେ ଚଢ଼ି ସେ ଆରତୀ ଓ ବନ୍ଦାପନା କରିବାର ବିଧି ରହିଛି। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ସେ ଭେଟ ଦେବାର ପରମ୍ପରା ମଧ୍ୟ ରହିଛି। ୧୧ ତାରିଖରେ ନେପାଳ ରାଜା ଶ୍ରୀଜିଉଙ୍କୁ ଦର୍ଶନ କରିବେ। ସେହି ଦିନ ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ରାତ୍ରି ୩ଟାରୁ ଦ୍ୱାରଫିଟା ହେବ। ଦିନ ସାଢ଼େ ୯ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯିବ। ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଯାଏଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos