ଟାଙ୍ଗିଆରେ ହାଣି ପଥରରେ ଛେଚିଲା ପୁତୁରା

ରାଇରଙ୍ଗପୁର (ରାଜେଶ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ବହଳତା ଥାନା ଅନ୍ତର୍ଗତ ଡଳହିହା ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ନିଜ ମାଉସୀକୁ ଟାଙ୍ଗିଆରେ ହାଣି ଓ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ପୁତୁରା କାନ୍ତା ନାଏକକୁ ଗିରଫ କରିଛି। ମୃତା ମହିଳା ହେଲେ ଜାଉମୀ ନାୟକ।

ମିଳିଥିବା ସୂଚନା ଅନୁସାରେ, ଗତକାଲି କୌଣସି କଥାକୁ ନେଇ ମାଉସୀ ଓ ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ କାନ୍ତା ଉତ୍‌କ୍ଷିପ୍ତ ହୋଇଯାଇଥିଲା। ଘରୁ ଏକ ଟାଙ୍ଗିଆ ଆଣି ମାଉସୀକୁ ହତ୍ୟା କରିଥିଲା। ଏତିକିରେ ରାଗ ଶାନ୍ତ ହୋଇ ନଥିଲା। ପରେ ଏକ ପଥର ଆଣି ତାଙ୍କ ମୁହଁକୁ ଛେଚି ବିକୃତ କରିଦେଇଥିଲା। ପୁଲିସ୍‌ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।