ନେତାଜୀ ରାଜ୍ୟ ସଂଗ୍ରହାଳୟ ଦେଖି ନ ପାରି ଫେରିଲେ ତାଙ୍କ ନାତୁଣୀ

ପୁରୀ: ଗୋପାଳ ବଲ୍ଲଭ ରୋଡରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ନେତାଜୀ ରାଜ୍ୟ ସଂଗ୍ରହାଳୟ। ତେବେ ଏହି ସ୍ମୃତିପୀଠ ପରିଦର୍ଶନରେ ଆସିଥିବା ନେତାଜୀଙ୍କ ନାତୁଣୀ ଜୟନ୍ତୀ ବୋଷ ଏବଂ ନାତୁଣୀ ଜ୍ୱାଇଁ ଅମୀୟ ରକ୍ଷୀତ ଏହାକୁ ଦେଖି ନ ପାରି ଦୁଃଖ ପ୍ରକାଶ କରିଛନ୍ତି।

ନେତାଜୀ ଜନ୍ମମାଟିରୁ ଯୁଦ୍ଧଭୂମିକୁ ଯାତ୍ରା ଆରମ୍ଭ କରିଥିବା ଉତ୍କଳ ବିକାଶ ଯୁବ ପରିଷଦର ସଭାପତି ଦେବୀ ପ୍ରସାଦ ପୃଷ୍ଟିଙ୍କ ସମେତ ଏହି ସଦସ୍ୟମାନେ ମଙ୍ଗଳବାର ପୂରୀ ଆସଥିଲେ। ହେଲେ ମ୍ୟୁଜିୟମରେ ତାଲା ଝୁଲୁଥିବାରୁ ନାତୁଣୀ ଜୟନ୍ତୀ ବୋଷ ଭିତରକୁ ଯାଇପାରି ନ ଥିଲେ। ଏପରି କି ପୁରୀ ସଂସ୍କୃତି ବିଭାଗ ଓ ଏହାକୁ ନିର୍ମାଣ କରିଥିବା ସଂସ୍ଥାଙ୍କୁ ଏହି ଗସ୍ତ ସମ୍ପର୍କରେ ବହୁ ପୂର୍ବରୁ ଜଣା ଯାଇଥିଲେ ମଧ୍ୟ ସେମାନଙ୍କ ତରଫରୁ କୌଣସି ପଦକ୍ଷପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ନେତାଜୀଙ୍କ ପୈତୃକ ବାସଭବନରେ ଏହି ସ୍ମୃତିପୀଠ ନିର୍ମିତ ହୋଇଛି।  ସ୍ମୃତିପୀଠର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ହାଇକୋର୍ଟରେ ଏକ ମାମଲା ଯୋଗୁଁ ଏହାକୁ ଖୋଲିବା ସମ୍ଭବ ହୋଇପାରିନାହିଁ ବୋଲି ସଂସ୍କୃତି ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ବୁଣାକାରଙ୍କ ପାଇଁ ବାର୍ତ୍ତାଟିଏ ଦେବାକୁ ଭୁଲିଗଲେ ସରକାର!

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌