ପୁରୀ ବେଳାଭୂମିରେ ଦୁଃସାହସ ଦେଖାଉ ଦେଖାଉ ଲୋକ ହସା

ପୁରୀ: ଦୁଃସାହସରୁ ହଟହଟା ଦୁଇ ପର୍ଯ୍ୟଟକ। ଏକ ନୂଆ କାର୍ ନେଇ ପୁରୀ ବେଳାଭୂମିକୁ ଯାଇଥିବା ବେଳେ ଦୁଇ ପର୍ଯ୍ୟଟକ ବାଲିରେ ଫସି ଯାଇଥିଲେ। ସମୁଦ୍ରର ଢେଉ କାରରେ ମାଡ଼ ହେବା ଦେଖି ସେମାନେ ଭୟଭୀତ ହୋଇପଡ଼ିଥିଲେ। ଏହାପରେ ସେମାନେ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ପରେ ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ମତ୍ସ୍ୟଜୀବୀ ଓ କିଛି ସ୍ଥାନୀୟ ଲୋକ ମିଶି କାରଟିକୁ ଠେଲି ବାଲିରୁ ଉଦ୍ଧାର କରିଥିଲେ। ତେବେ ବେପରୁଆ ଭାବେ ଗାଡ଼ି ଚଳାଇବା ଓ କାରକୁ ବେଳାଭୂମିକୁ ନେଇଯିବା ଉଚିତ୍ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।