ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନୂଆ ଡିଜିପି

ଭୁବନେଶ୍ୱର: ରାଜ୍ୟର ନୂଆ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର କେ.ବି ସିଂହ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। କେ.ବି ସିଂହ କହିଛନ୍ତି ଯେ ଲୋକାଭୀମୁଖୀ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ରାଜ୍ୟରେ ଚାଷୀଙ୍କୁ ଋଣ ଦେବା ପାଇଁ ଚାଲିଥିବା ମହାଜନୀ କାରବାର ସଂପର୍କରେ ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ […]

dgp

dgp

Rakesh Mallick
  • Published: Monday, 09 November 2015
  • Updated: 09 November 2015, 08:40 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ନୂଆ ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର କେ.ବି ସିଂହ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। କେ.ବି ସିଂହ କହିଛନ୍ତି ଯେ ଲୋକାଭୀମୁଖୀ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ରାଜ୍ୟରେ ଚାଷୀଙ୍କୁ ଋଣ ଦେବା ପାଇଁ ଚାଲିଥିବା ମହାଜନୀ କାରବାର ସଂପର୍କରେ ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଭେଟିଥିଲେ ନୂଆ ଡିଜିପି।

ସୂଚନାଯୋଗ୍ୟ, ଡିଜିପି ସଂଜୀବ ମାରିକଙ୍କ କାର୍ଯ୍ୟକାଳ ଆହୁରି ୫୪ ଦିନ ରହିଥିବା ବେଳେ ଗତ ଶନିବାର ଅପ୍ରତ୍ୟାଶିତ ଭାବେ କେ.ବି ସିଂହଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦିଆଯାଇଥିଲା। ସଂଜୀବ ମାରିକ୍ ଛୁଟିରେ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos