ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ମିଳିଛି । ତେଲୁଗୁ ଦେଶମ ପାର୍ଟିର ଅଶୋକ ଗଜପତି ରାଜୁଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡ଼ିଥିଲା। ଆଜି ପ୍ରଭୁଙ୍କୁ ଏ ଅତିରିକ୍ତ ଦାୟିତ୍ୱ ମିଳିବା ନେଇ ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ଟ୍ୱିଟ୍ କରି ଜଣାଇ ଦିଆଯାଇଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ରାଜୁ କ୍ୟାବିନେଟ୍ ପଦରୁ ଇସ୍ତଫା ଦେଇଥିଲେ । ବାଣିଜ୍ୟ ମନ୍ତ୍ରାଳୟ ପୂର୍ବରୁ ପ୍ରଭୁ ପ୍ରଥମେ ରେଳ ମନ୍ତ୍ରୀ ଥିଲେ । କିନ୍ତୁ ବାରମ୍ବାର ରେଳ ଦୁର୍ଘଟଣାକୁ ନେଇ ଗତବର୍ଷ ସେ ଇସ୍ତଫା ଦେଇଥିଲେ ଏହାପରେ ପ୍ରଭୁଙ୍କୁ ବାଣିଜ୍ୟ ମନ୍ତ୍ରାଳୟ ଦାୟିତ୍ୱ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।