ସ୍ୱଚ୍ଛ ହେବ ସିବିଏସ୍ଇ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ସ୍ୱଚ୍ଛ ହେବ ସିବିଏସ୍ଇ ପରୀକ୍ଷା। ବ୍ୟବହାର ହେବ ଟେକ୍ନୋଲୋଜି। ସେହିପରି ଶିକ୍ଷକଙ୍କୁ ଟ୍ରେନିଂ ଦେବାକୁ ଖୁବଶୀଘ୍ର ଖୋଲିବ ସେଣ୍ଟର ଅଫ୍ ଏକ୍ସେଲେନ୍ସ। ସମଗ୍ର ଦେଶରେ ୪ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରାଯିବାକୁ ସ୍ଥିର ହୋଇଥିବା ବେଳେ ତା’ ମଧ୍ୟରୁ ଭୁବନେଶ୍ୱର ସିବିଏସ୍ଇ ରିଜିଓନାଲ ଅଫିସରେ ଗୋଟିଏ ସେଣ୍ଟର ରହିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷର ବିଭାଗ ସଚିବ ଅନୀଲ ସ୍ୱରୁପ।

ସେ ଆହୁରି କହିଛନ୍ତି, “ଶିକ୍ଷାଦାନର ବିଭିନ୍ନ ଦିଗ ତଥା କାଉନ୍ସେଲିଂ ଉପରେ ବି ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବ। ଏଥିସହ ନିୟମିତ ବ୍ୟବଧାନରେ ସେମାନେ ରିଫ୍ରେସର୍ କୋର୍ସ ମଧ୍ୟ କରିବେ।”