ଛାତ୍ର ଓ ଯୁବ ବିଜେଡି ସଂଗଠନରେ ପରିବର୍ତ୍ତନ

ଭୁବନେଶ୍ୱର: ଆଜି ଛାତ୍ର ଓ ଯୁବ ବିଜେଡିର ବିଭିନ୍ନ ପଦବୀରେ ପରିବର୍ତ୍ତନ କରାଯାଇଛି। ଯୁବ ବିଜେଡିର ରାଜ୍ୟ ସଭାପତି ଭାବେ ଅମରେଶ ପତ୍ରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସଂଜୀତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ୬ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ ଏବଂ ମାନସ ମାଡ଼କାମୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଛାତ୍ର ବିଜେଡି ସଭାପତି ଭାବେ ରାଣାପ୍ରତାପ ପାତ୍ର […]

bjd

bjd

Rakesh Mallick
  • Published: Friday, 14 April 2017
  • Updated: 14 April 2017, 10:33 PM IST

Sports

Latest News

ଭୁବନେଶ୍ୱର: ଆଜି ଛାତ୍ର ଓ ଯୁବ ବିଜେଡିର ବିଭିନ୍ନ ପଦବୀରେ ପରିବର୍ତ୍ତନ କରାଯାଇଛି। ଯୁବ ବିଜେଡିର ରାଜ୍ୟ ସଭାପତି ଭାବେ ଅମରେଶ ପତ୍ରୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସଂଜୀତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ୬ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଅନୁଭବ ପଟ୍ଟନାୟକ ଏବଂ ମାନସ ମାଡ଼କାମୀଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଛାତ୍ର ବିଜେଡି ସଭାପତି ଭାବେ ରାଣାପ୍ରତାପ ପାତ୍ର ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଦେବୀରଂଜନ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ମହାସଚିବ ଭାବେ ହରିଶଙ୍କର ରାଉତଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ୬ଜଣ ଛାତ୍ର ବିଜେଡିର ଉପସଭାପତି, ୯ଜଣ ସମ୍ପାଦକ, ୬ଜଣ ସାଂଗଠନିକ ସମ୍ପାଦକ ଏବଂ ୫ଜଣଙ୍କୁ ଜୋନ ସଭାପତି ଭାବେ ମନୋନୀତ ହୋଇଛନ୍ତି। ଚିନ୍ମୟ ସାହୁଙ୍କୁ ଛାତ୍ର ବିଜେଡିର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos