କଂଗ୍ରେସର ପୁନରୁତ୍ଥାନ ପାଇଁ ଏକାଠି ହେଲା ହାତ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅତୀତର ଭୁଲକୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ପ୍ରକାରାନ୍ତରେ କହିବାକୁ ଗଲେ ଯଦି କଂଗ୍ରେସ ଉଠିବ ତା ହେଲେ ଓଡିଶା ହସିବ। ଏମିତି କହି କଂଗ୍ରେସ କର୍ମିଙ୍କ ମଧ୍ୟରେ ନୂଆ ଉର୍ଜା ଜାଗ୍ରତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଦିଲ୍ଲୀରେ ମୁଖିଆ ମୁକୁଟ ପିନ୍ଧି ଓଡିଶା ଫେରିବା ପରେ କଂଗ୍ରେସ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କହିଛନ୍ତି ପିସିସି ସଭାପତି ନିରଞ୍ଜନ। ଏହି ସଭାରେ ଏକାଠି ହୋଇଥିବା ନୂଆ ପୁରୁଣା ସମସ୍ତ […]

Oil copy

Oil copy

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 08:41 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଅତୀତର ଭୁଲକୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ପ୍ରକାରାନ୍ତରେ କହିବାକୁ ଗଲେ ଯଦି କଂଗ୍ରେସ ଉଠିବ ତା ହେଲେ ଓଡିଶା ହସିବ। ଏମିତି କହି କଂଗ୍ରେସ କର୍ମିଙ୍କ ମଧ୍ୟରେ ନୂଆ ଉର୍ଜା ଜାଗ୍ରତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଦିଲ୍ଲୀରେ ମୁଖିଆ ମୁକୁଟ ପିନ୍ଧି ଓଡିଶା ଫେରିବା ପରେ କଂଗ୍ରେସ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କହିଛନ୍ତି ପିସିସି ସଭାପତି ନିରଞ୍ଜନ। ଏହି ସଭାରେ ଏକାଠି ହୋଇଥିବା ନୂଆ ପୁରୁଣା ସମସ୍ତ ନେତାଙ୍କୁ ଏକାଠି ହୋଇ କାମ କରିବାକୁ ଆହ୍ୱାନ କରିଛନ୍ତି ନିରଞ୍ଜନ।

ଗତକାଲି ଦିଲ୍ଲୀରୁ ଫେରିବା ପରେ ବିମାନ ବନ୍ଦରରେ ନୂଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ନବ ନିଯୁକ୍ତ ଟିମ୍‌କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବିରାଟ ପଟୁଆରରେ ଟିମ୍ ନିରଞ୍ଜନଙ୍କୁ କଂଗ୍ରେସ ଭବନକୁ ନିଆଯାଇଥିଲା । ସେଠାରେ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯାଇଥିଲା ।  ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ଦଳୀୟ ନେତା ଏବଂ କର୍ମୀ ମଧ୍ୟ ଭୁବନେଶ୍ୱରରେ ଏକାଠି ହୋଇଥିଲେ। କଂଗ୍ରେସ ଭବନରେ ଓଡିଆରେ ଭାଷଣ ଆରମ୍ଭ କରି କିଛିଦିନ ଓଡ଼ିଶାରେ ଭଲ ଓଡିଆ କହିବେ ବୋଲି ସେ କହିଥିଲେ । ସମ୍ବର୍ଦ୍ଧନା ଉତ୍ସବକୁ ଜିତେନ୍ଦ୍ର ଭରପୁର ପ୍ରଶଂସା କରିଥିଲେ ଓ ରାହୁଲ ଗାନ୍ଧି ଓଡ଼ିଶାକୁ ବହୁତ ମଜବୁତ୍ ଟିମ୍ ଦେଇଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

କ’ଣ କହିଲେ ନିରଞ୍ଜନ

ନିଜ ଉଦବୋଧନରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ସେ।  ଭୁବନେଶ୍ୱରରେ ଥିବା ଲୋକଙ୍କୁ ନୁହଁ, ବରଂ ଗାଁର ଲୋକଙ୍କୁ ଟିକେଟ୍ ମିଳିବ ବୋଲି ନିରଞ୍ଜନ ଖୋଲା ମଞ୍ଚରେ କହିଛନ୍ତି । ଲୋକଙ୍କ ସହ ଯିଏ ରହିବ ତାକୁ ଟିକେଟ ମିଳିବ । ତାଙ୍କ ପଛରେ କିମ୍ବା କାର୍ଯ୍ୟକାରୀ ସଭାପତିଙ୍କ ପଛରେ ଗୋଡ଼େଇଲେ ଟିକେଟ ମିଳିବନି ବୋଲି ସିଧାସିଧା କହିଛନ୍ତି । ଏହାସହ ବିଶୃଙ୍ଖଳିତ ଏବଂ ଅପରାଧ ପୃଷ୍ଠ ଭୂମିରେ ଜଡିତ ବ୍ୟକ୍ତି ବିଶେଷଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କହିଛନ୍ତି । ପୁରୁଣା ମୁହଁକୁ ନେଇ ବାଜା ବଜାଇ ହେବନି ତେଣୁ ଆଗାମୀ ନିର୍ବାଚନ ପାଇଁ ଯୁବ ବର୍ଗଙ୍କୁ ଆଗକୁ ଆସିବାକୁ ପଡିବ ।

ଉଠାଇଲେ ପ୍ରସାଦଙ୍କ କଥା

ରାଜ୍ୟ କଂଗ୍ରେସ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନିରଞ୍ଜନ ସ୍ୱୀକାର କରିଛନ୍ତି । ଏହି କଥା କହିବା ବେଳେ ସେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ କଥା ଉଠାଇଛନ୍ତି। ତାଙ୍କୁ ସହଯୋଗ କରାଯାଇ ନ ଥିବାରୁ ସେ ଆଗକୁ ବଢିପାରିଲେନି । କିନ୍ତୁ ରାଜ୍ୟ କଂଗ୍ରେସକୁ ଆଗକୁ ନେବାକୁ ସେ ଶତପ୍ରତିଶତ ଚେଷ୍ଟା କରିଥିଲେ ଓ ଏବେ ସେ ନିଜେ ଏଭଳି ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ।

ଏମିତି କହିଲେ ଜିତେନ୍ଦ୍ର

ଆଗାମୀ ସାଧାରାଣ ନିର୍ବାଚନ ପାଇଁ ମାସେ ଭିତରେ ସମସ୍ତ ଜିଲ୍ଲା ଏବଂ ବ୍ଳକ ସ୍ତରରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ । ଏହାସହ ୩ କାର୍ଯ୍ୟକାରୀ ସଭାପତିଙ୍କ ସହ ୩ ଯୁଗ୍ମ ସମ୍ପାଦକ କାର୍ଯ୍ୟ କରିବେ । ପଶ୍ଚିମରେ ନବ ଦାସଙ୍କ ସହ ଏସ୍.କେ ମସ୍ତାନ ଓ୍ୱାଲି, ଦକ୍ଷିଣରେ ପ୍ରଦୀପ ମାଝୀଙ୍କ ସହ ଅନୀଲ ଚୌଧୁରୀ ଓ ଉପକୂଳରେ ଚିରଞ୍ଜୀବ ବିଶ୍ୱାଳଙ୍କ ସହ ରୁଦ୍ର ରାଜୁଙ୍କ ସହ ଆଦିତ୍ୟ ଶର୍ମା ରହି ସଙ୍ଗଠନ ସମ୍ଭାଳିବେ।

ଜଗନ୍ନାଥ ଦର୍ଶନ କଲେ

ଭୁବନେଶ୍ୱର ଫେରିବା ପରେ ରବିବାର ସକାଳୁ ସକାଳୁ ନିରଞ୍ଜନ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ନିଜର ମନକଥା ଜଣାଇ ଆଗାମୀ ଦିନରେ କଂଗ୍ରେସ କିଭଳି ମଜବୁତ୍‌ ହେବ ସେ ନେଇ ପ୍ରାର୍ଥନା କରିଛନ୍ତି।

୧୯ ନିର୍ବାଚନ ଲାଗି ରଣନୀତି

  • ଭୁବନେଶ୍ୱରିଆଙ୍କୁ ନୁହେଁ ଲୋକଙ୍କ ସହ ଥିବା ନେତାଙ୍କୁ ମିଳିବ ଟିକେଟ
  • ଅପରାଧ ପୃଷ୍ଠଭୂମୀ ଥିବା ବ୍ୟକ୍ତିବିଶେଷଙ୍କୁ ଟିକେଟ ଦେବାର ପ୍ରଶ୍ନ ଉଠୁନି
  • ଯୁବ ବର୍ଗର ବ୍ୟକ୍ତିଙ୍କୁ ଅଗ୍ରାଧିକାର
  • ମାସେ ଭିତରେ ବଦଳିବ ଜିଲା ଓ ବ୍ଲକସ୍ତରୀୟ କଂଗ୍ରେସର ଛବି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos