ଏବେ ସବୁ ଆରଟିଓ ଅଫିସ୍‌ ଧାଇଁଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସବୁଠି ହଇଚଇ। ଜୋରଦାର ଧରପଗଡ଼ ସହ କଡ଼ା ଆର୍ଥିକ ଜୋରିମାନା ରାଜଧାନୀର ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଖିଲାପକାରୀ ଏବେ ପଡ଼ୁଛନ୍ତି ନୂଆ ଆଇନର ଜାଲରେ। କିଏ କାନମୁଣ୍ଡା ଆଉଁସି ତଣ୍ଡ ଗଣୁଛନ୍ତି ତ ଆଉ କିଏ କାଗଜପତ୍ର ଅପ-ଟୁ-ଡେଟ୍ କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି। ସେପଟେ ଆଇନକୁ କଡ଼ାକଡ଼ା ଭାବେ ପାଳନ କରିବା […]

rto

rto

Tapas Behera
  • Published: Thursday, 05 September 2019
  • Updated: 05 September 2019, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସବୁଠି ହଇଚଇ। ଜୋରଦାର ଧରପଗଡ଼ ସହ କଡ଼ା ଆର୍ଥିକ ଜୋରିମାନା ରାଜଧାନୀର ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି। କାରଣ ଟ୍ରାଫିକ ଆଇନକୁ ଅଣଦେଖା କରିଆସୁଥିବା ଖିଲାପକାରୀ ଏବେ ପଡ଼ୁଛନ୍ତି ନୂଆ ଆଇନର ଜାଲରେ। କିଏ କାନମୁଣ୍ଡା ଆଉଁସି ତଣ୍ଡ ଗଣୁଛନ୍ତି ତ ଆଉ କିଏ କାଗଜପତ୍ର ଅପ-ଟୁ-ଡେଟ୍ କରିବାକୁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି। ସେପଟେ ଆଇନକୁ କଡ଼ାକଡ଼ା ଭାବେ ପାଳନ କରିବା ପାଇଁ ପଣ କରିଥିବା ପୁଲିସ ଏବଂ ପରିବହନ ବିଭାଗ ନିଜ ଜିଦ୍‌ରେ ଅଟଳ।

ଗତକାଲି ଜଣେ ଅଟୋ ଡ୍ରାଇଭର ୪୭ ହଜାର, ଆଉ ଆଜି ଅନ୍ୟ ଜଣେ ଅଟୋ ଡ୍ରାଇଭର ୨୭ ହଜାର ୫ଶହ ଟଙ୍କା ଫାଇନ୍ ଦେଇଥିବା ସୂଚନା ମିଳିଛି। ଜରିମାନାର ଏହି ପାହାର ଦେଖି ଛାତିରେ ଛନକା ପଶିଯାଉଛି ଅନ୍ୟ ଗାଡ଼ି ଚାଳକଙ୍କ ମନରେ। ଏକଦା ପଲ୍ୟୁସନ ଚେକିଂ ଭେଇକିଲ୍ ନିକଟରେ କାଉ କୋଇଲି ଉଡୁନଥିଲେ । ସେଠି ଏବେ ମହୁଫେଣା ଭଳି ଘେରିଯାଇଛନ୍ତି ଗାଡ଼ି ଚାଳକ।

ସେହିପରି ଆର୍‌ଟିଓ ଅଫିସରେ ବି ସୋରିଷ ପକାଇବା ଜାଗା ନାହିଁ। ସେପଟେ ଚାଲିଛି ଜୋରଦାର ଧରପଗଡ଼। ଆଜି ବିଏମ୍‌ସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଗୁଡ୍ସ ପରିବହନ ଗାଡ଼ିରେ ଲୋକଙ୍କୁ ବସାଇ ନେଉଥିବାବେଳେ ଧରିଛି ଆର୍‌ଟିଓ-୨ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ। ଆଉ ମୋଟ ୧୫ ହଜାର ଟଙ୍କାର ଲଗାଇଛି ଜରିମାନା। ତେବେ ରାଜଧାନୀରେ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲେ ବି ବାଲେଶ୍ୱରରେ କିନ୍ତୁ କିଛି ଫରକ୍ ପଡୁନି। ଯିଏ ଯେମିତି ପାରିଲେ ଗାଡ଼ି ଚଳାଇଲେ। ନା ଟ୍ରାଫିକ୍ ପୁଲିସ ନା ସ୍କ୍ୱାର୍ଡ, କାହାର ଦେଖା ହିଁ ନାହିଁ।

ତେବେ ଆଇନରେ ଥିବା ପ୍ରାବଧାନକୁ ପ୍ରାଞ୍ଜଳ ଭାବେ ବୁଝାଇଛନ୍ତି ପରିବହନ ଅଧିକାରୀ । ଗାଡ଼ି ଚାଳକ ଯଦି ଜରିମାନା ଦେବା ପରେ ସଠିକ୍ କାଗଜପତ୍ର ଦେଖାଇପାରିବେ, ତେବେ ଜରିମାନା ବାବଦ ରାଶିରୁ କିଛି କଟିଯାଇପାରେ। ସେହିପରି ବାଇକ୍‌ରେ ୨ ଜଣ ବୟସ୍କ ଓ ଜଣେ ୧୨ ବର୍ଷରୁ କମ୍ ବୟସର ପିଲା ଯାଇପାରିବେ । କିନ୍ତୁ ସମସ୍ତେ ହେଲମେଟ୍ ପିନ୍ଧିବା ବାଧ୍ୟ। ଗାଡ଼ି କିଣିବାର ବର୍ଷକ ପରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି ପରିବହନ ଅଧିକାରୀ କହିଛନ୍ତି।

ସେହିପରି ହାର୍ଡକପି ବଦଳରେ କେନ୍ଦ୍ର ସରକାରଙ୍କ ଆପ୍ଲିକେସନ୍ ଏମ୍-ପରିବହନ କିମ୍ବା ଡିଜି ଲକର୍ ଇନଷ୍ଟଲ୍ କରି ନିଜର ଭେହିକିଲ୍ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଦେଖାଇପାରିବେ ବୋଲି କହିଛନ୍ତି ପରିବହନ ଅଧିକାରୀ।

ଦେଶବ୍ୟାପି ନୂଆ ଟ୍ରାଫିକ୍ ନିୟମ ଏବଂ ଜରିମାନାର ପ୍ରାବଧାନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବାବେଳେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି, ଦେଶରେ ବଢ଼ୁଥିବା ଦୁର୍ଘଟଣା ହାରକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଲୋକଙ୍କ ସଚେତନତା ପାଇଁ ଅଧିକ ଜରିମାନା ଆଦାୟ କରାଯାଉଛି ବୋଲି ଉଭୟ କହିଛନ୍ତି।

ଆଇନ ଉଲଂଘନକାରୀଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଅବଶ୍ୟ ସ୍ୱାଗତଯୋଗ୍ୟ। କିନ୍ତୁ ବିପର୍ଯ୍ୟସ୍ତ ରାସ୍ତା ଓ ପାର୍କିଂ ବ୍ୟବସ୍ଥାର ଅବସ୍ଥା ସୁଧୁରିବ କେବେ, ତାହା ବଡ଼ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story