କ୍ୱିନ୍‌ଙ୍କ ସହ ସେଇ ୧ ମିନିଟ୍‌ ୭ ସେକେଣ୍ଡର ଭିଡିଓ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୋବାଇଲରୁ ମୋବାଇଲକୁ ବୁଲୁଛି କ୍ୱିନ୍‌ଙ୍କ ସେଇ ୧ ମିନିଟ୍‌ ୭ ସେକେଣ୍ଡର ଅନ୍ତରଙ୍ଗ ମୁହୂର୍ତ୍ତ। ଭିଡିଓ ହୋଇ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ବଣ୍ଟା ଚାଲିଛି। ଦେଖିବାକୁ ଚାଲିଛି ଟଣା ଓଟରା। ଆଉ ଯୁବତୀ ଜଣକ କିଏ ଜାଣିବା ପରେ ବଢିଯାଉଛି ଉତ୍କଣ୍ଠା। ଉପର ଧାଡିରେ ଆମେ କ୍ୱିନ୍‌ ଲେଖିଲୁ ବୋଲି ଭାବନ୍ତୁନି ସେଇ ଭାଇରାଲ ଭିଡିଓରେ ଥିବା ଯୁବତୀଙ୍କ ନାଁ ରାଣୀ ବୋଲି। କିନ୍ତୁ ଏ କଥା ସତ ଯେ, ଯୁବତୀ ଜଣକ ଏକ ଓଡିଆ […]

VIRAL

VIRAL

Rakesh Mallick
  • Published: Monday, 09 April 2018
  • Updated: 09 April 2018, 07:12 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୋବାଇଲରୁ ମୋବାଇଲକୁ ବୁଲୁଛି କ୍ୱିନ୍‌ଙ୍କ ସେଇ ୧ ମିନିଟ୍‌ ୭ ସେକେଣ୍ଡର ଅନ୍ତରଙ୍ଗ ମୁହୂର୍ତ୍ତ। ଭିଡିଓ ହୋଇ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ବଣ୍ଟା ଚାଲିଛି। ଦେଖିବାକୁ ଚାଲିଛି ଟଣା ଓଟରା। ଆଉ ଯୁବତୀ ଜଣକ କିଏ ଜାଣିବା ପରେ ବଢିଯାଉଛି ଉତ୍କଣ୍ଠା। ଉପର ଧାଡିରେ ଆମେ କ୍ୱିନ୍‌ ଲେଖିଲୁ ବୋଲି ଭାବନ୍ତୁନି ସେଇ ଭାଇରାଲ ଭିଡିଓରେ ଥିବା ଯୁବତୀଙ୍କ ନାଁ ରାଣୀ ବୋଲି। କିନ୍ତୁ ଏ କଥା ସତ ଯେ, ଯୁବତୀ ଜଣକ ଏକ ଓଡିଆ ରିଆଲିଟି ସୋରେ ‘କ୍ୱିନ୍‌’ ମୁକୁଟ ହାତେଇଥିଲେ। ରୂପରେ ଆଉ ଗୁଣରେ ସୁନ୍ଦରୀ ବୋଲି ତାଙ୍କୁ ମିଳିଥିଲା ପୁରସ୍କାର। ଆଉ ସେ ରାତାରାତି ବନି ଯାଇଥିଲେ ସେଲିବ୍ରିଟି।

ଯୁବତୀ ଜଣଙ୍କ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକ କରିଥିବା ବେଳେ ତାଙ୍କ ଘର ଉତ୍ତର ଓଡିଶାରେ ବୋଲି ଜଣାପଡିଛି। ତାଙ୍କ ଫେସ୍‌ବୁକ୍‌ ଆଇଡି ଆଧାରରେ ଏହି ତଥ୍ୟ ମିଳିଛି।

ହେଲେ ଏବେ ସେଇ ଯୁବତୀ ଜଣଙ୍କ ନିଜ ପ୍ରେମିକଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୂହୂର୍ତ୍ତ ଆଜି ଭିଡିଓ ହୋଇ ବଜାରରେ ବୁଲୁଛି। ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ଭୁବନେଶ୍ୱର କମିଶନରେଟ୍‌ ପୋଲିସ ଆରମ୍ଭ କରିଛି ତଦନ୍ତ। ଡିସିପି ଅନୁପ ସାହୁ କହିଛନ୍ତି, ଯୁବତୀ କିମ୍ବା ତାଙ୍କ ସମ୍ପର୍କିୟଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। କିଏ ଓ କାହିଁକି ଏମିତି ଅଶ୍ଲିଳ ଭିଡିଓ ଭାଇରାଲ କଲା ସେ ନେଇ ଚାଲିଛି ତଦନ୍ତ।

କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ପରେ ଏବେ ଭୁବନେଶ୍ୱରରେ ଘଟି ଚାଲିଛି ଏଭଳି କୁତ୍ସିତ କାଣ୍ଡ। କୁଆଖାଇ ନଦୀପଠାରୁ ଉନ୍ମୟ ପାଢୀଙ୍କ ମୃତଦେହ ଉଦ୍ଧାର ସହ ଏକ ଭାଇରାଲ ଭିଡିଓର ଲିଙ୍କ୍‌ ଥିବା ଖବର ରାଷ୍ଟ୍ର ହୋଇଥିଲା। ପୋଲିସ ଏହି ଘଟଣାର ଖିଅ ପାଇ ନ ଥିବା ବେଳେ ଏବେ ରିଆଲିଟି ସୋ କୁଇନ୍‌ଙ୍କ ଭାଇରାଲ ଭିଡିଓ ମିଷ୍ଟ୍ରି ପୋଲିସ ପାଇଁ ସୃଷ୍ଟି କରିଛି ଚ୍ୟାଲେଞ୍ଜ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos